ସରକାରୀ ଚାକିରିକୁ ଆଶା କରି କରି ଶେଷରେ ମୂର୍ତ୍ତି ଗଢ଼ି ପେଟ ପୋଷୁଛନ୍ତି ଏହି ଗୋଆର କ୍ରିକେଟ୍‌ ଖେଳାଳି

ପାଣାଜି: ଚନ୍ଦନ ଡୋଙ୍ଗେର୍‌କର୍‌, ୩୦ ବର୍ଷ ବୟସ୍କ କ୍ରିକେୟଟ୍‌ ଖେଳାଳୀ। ସେ ଆଠ ଥର ଟେନିସ୍‌ ଖେଳରେ ଗୋଆକୁ ପ୍ରତିନିଧିତ୍ୱ କରି ଖ୍ୟାତି ଅର୍ଜନ ବି କରିଛନ୍ତି। ମାତ୍ର ତାଙ୍କ ଜୀବନ ଜୀବିକା କିନ୍ତୁ କ୍ରିକେଟ୍‌ କିମ୍ବା ଟେନିସ୍‌ରେ ଚାଲୁନାହିଁ।

ଚନ୍ଦନ ଜୀବିକା ନିର୍ବାହ ପାଇଁ ୨୦ ଥର ସାରକାରୀ ଚାକିରି ପାଇଁ ଚେଷ୍ଟା କରି ସାରିଲେଣି। ଅନେକ ବର୍ଷ ହେବ ଚନ୍ଦନ ନିୟମିତ ଭାବେ ରାଜ୍ୟ ସରକାର ଚାକିରୀ ପାଇଁ ନବେଦନ କରି ଆସୁଛନ୍ତି। ଖେଳରୁ ପାଇଥିବା ନିଜ ଦକ୍ଷତା ସାର୍ଟିଫିକେଟ୍‌ ଲଗାଇ ସିଭି ପକାଇବା ସତ୍ତ୍ୱେ ବି ସେ ଚାକିରି ଖଣ୍ଡେ ପାଇବାକୁ ସମର୍ଥ ହେଲେ ନାହିଁ।

ଶେଷରେ ସେ ବାଧ୍ୟ ହୋଇ ତାଙ୍କ ଘନିଷ୍ଠ ବନ୍ଧୁ ପରଭିନ୍‌ଙ୍କ ସହ ମିଶି ମୂର୍ତ୍ତି ଗଢ଼ିବା କାମ ଆରମ୍ଭ କରିଥିଲେ। ଏବେ ସେ ଭିନ୍ନ ଭିନ୍ନ ଆକାର ଓ ଆକୃତିର ମୁର୍ତ୍ତି ସବୁ ଗଢୁଛନ୍ତି। ଅଧା ଫୁଟରୁ ନେଇ ୩ ଫୁଟ ପର୍ଯ୍ୟନ୍ତ ସେ ମୂର୍ତ୍ତି ନିର୍ମାଣ କରୁଛନ୍ତି। ସେ ବିଶେଷ କରି ଗଣେଶ ପୂଜା ସମୟରେ ଗଣେଶଙ୍କ ମୂର୍ତ୍ତି ଗଢୁଛନ୍ତି ଓ ଏହି ଋତୁ ଯିବା ପରେ ଅନ୍ୟାନ୍ୟ ମୂର୍ତ୍ତି ବି ଗଢ଼ିଥାନ୍ତି।

ସେ ଗଢୁଥିବା ମୂର୍ତ୍ତିଗୁଡ଼କ ପରିବେଶ ଅନୁକୂଳ। ସେ ତାଙ୍କର ଏହି ବ୍ୟବସାୟକୁ ନେଇ ଖୁସି ଅଛନ୍ତି ବୋଲି ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର