ଇଂଲଣ୍ଡର ଆଗୁଆ ଶୃଙ୍ଖଳା କବ୍‌ଜା

ଓଭାଲ (ଲଣ୍ଡନ): େଓ୍ଵଷ୍ଟ୍‍ଇଣ୍ଡିଜ୍‌ ବିପକ୍ଷ ଚତୁର୍ଥ ଦିନିକିଆକୁ ଇଂଲଣ୍ଡ ୬ ରନ୍‌ (ଡିଏଲ୍‌)ରେ ଜିତି ୫ ଟିକିଆ ଶୃଙ୍ଖଳାକୁ ଗୋଟିଏ ମ୍ୟାଚ୍‌ ପୂର୍ବରୁ ଆଗୁଆ କବ୍‌ଜା କରିନେଇଛି। ପ୍ରଥମ ମ୍ୟାଚ୍‌କୁ ୭ ଓ୍ଵିକେଟ୍‌ ଏବଂ ତୃତୀୟ ମ୍ୟାଚ୍‌କୁ ୧୨୪ ଜିତିଥିବା ଇଂଲଣ୍ଡ ବୁଧବାର ରାତିରେ ଚତୁର୍ଥ ଦିନିକିଆକୁ ଜିତି ୩-୦ରେ ଆଗୁଆ ରହିଛି। ଦ୍ୱିତୀୟ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଥିଲା।

ବୁଧବାର ଓଭାଲରେ ଏଭିନ୍‌ ଲୁଇସ୍‌ଙ୍କ ଶତକ ଏବଂ ଅଧିନାୟକ ଜାସନ ହୋଲ୍‌ଡରଙ୍କ ଅର୍ଧଶତକ ସହାୟତରେ େଓ୍ଵଷ୍ଟଇଣ୍ଡିଜ୍‌ ୫ ଓ୍ଵିକେଟ୍‌ ହରାଇ ୩୫୬ ରନ୍‌ କରିଥିଲା। ଲୁଇସ୍‌ ୧୭୬ ରନ୍‌ (୧୩୦ ବଲ୍‌, ୧୭ ଚୌକା) ଏବଂ ହୋଲ୍‌ଡର ୭୭ ରନ୍‌ (୬୨ ବଲ୍‌, ୪ ଚୌକା, ୪ ଛକା) କରିଥିଲେ। ଏମାନଙ୍କ ଛଡ଼ା ଜାସନ ମହମ୍ମଦ ଉପଯୋଗୀ ୪୬ ରନ୍‌ କରିଥିଲେ। କ୍ରିସ୍‌ ଓ୍ଵକ୍ସ ସଫଳ ବୋଲର ଭାବେ ୩ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଜାସନ ରୟ ୮୪ ରନ୍‌ (୬୬ ବଲ୍‌, ୧୧ ଚୌକା, ୨ ଛକା) ଏବଂ ଜନି ବେୟାରଷ୍ଟୋଙ୍କ ୩୯ ରନ୍‌ ସହୟତା ପ୍ରଥମ ଓ୍ଵିକେଟ ଭାଗୀଦାରିରେ ଇଂଲଣ୍ଡ ୧୭.୪ ଓଭରରେ ୧୨୬ ରନ୍‌କରି ଭଲ ସ୍ଥିତିରେ ରହିଥିଲା। ଏହାପରେ ଅଲ୍‌ଜାରି ଯୋସେଫ୍‌ ଲଗାତାର ଭାବେ ୫ ଓ୍ଵିକେଟ୍‌ ନେଇ ଇଂଲଣ୍ଡକୁ ଝଟ୍‌କା ଦେଇଥିଲେ। କିନ୍ତୁ ଗତ ମ୍ୟାଚ୍‌ରେ ଶତକ ଅର୍ଜନ କରିଥିବା ମୋଇନ ଅଲ୍ଲୀ ୪୮* ଏବଂ ଜୋସ୍‌ ବଟ୍‌ଲର ୪୩* ରନ୍‌ କରି ୩୫.୧ ଓଭରରେ ଦଳୀୟ ସ୍କୋର୍‌ ୨୫୮ରେ ପହଞ୍ଚାଇ ଥିଲେ। ଏହି ସମୟରେ ବର୍ଷା ହେବାରୁ ଖେଳ ସମ୍ଭବ ହୋଇନପାରିବାରୁ ଡିଏଲ୍‌ ବ୍ୟବସ୍ଥାରେ ଇଂଲଣ୍ଡ ୬ ରନ୍‌ରେ ମ୍ୟାଚ୍‌ ଜିତି ନେଇଥିଲା।

ସମ୍ବନ୍ଧିତ ଖବର