ତ୍ରିରାଷ୍ଟ୍ରୀୟ ମହିଳା ହକି ପ୍ରତିଯୋଗିତା: ଭାରତୀୟ ହକି ଦଳରେ ୨ ଓଡ଼ିଆ ଝିଅ

ଭୁବନେଶ୍ବର: ଆସନ୍ତା ଡିସେମ୍ବର ୩ରୁ ୮ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର କାନ୍‌ବେରାରେ ହେବାକୁଥିବା ତ୍ରିରାଷ୍ଟ୍ରୀୟ ମହିଳା ହକି ପ୍ରତିଯୋଗିତା ଲାଗି ଶୁକ୍ରବାର ଭାରତୀୟ କନିଷ୍ଠ ଦଳ ଘୋଷିତ ହୋଇଛି। ଏହି ୧୮ ଜଣିଆ ଦଳରେ ଓଡ଼ିଶାରୁ ୨ ଜଣ ମାରିଆନା କୁଜୁର ଓ ଅଜମିନା କୁଜୁରଙ୍କୁ ସ୍ଥାନ ମିଳିଛି। ତ୍ରିରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାରତ ସହ ଆୟୋଜକ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଖେଳିବେ। ପ୍ରତ୍ୟେକ ଦଳ ନିଜ ନିଜ ମଧ୍ୟରେ ୨ ଲେଖାଏଁ ମ୍ୟାଚ୍‌ ଖେଳିବେ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ୩ ତାରିଖରେ ଖେଳାଯିବ। ୪ ତାରିଖରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ସହ ଖେଳି ଅଭିଯାନ ଆରମ୍ଭ କରିବ। ଏହା ‌ପରେ ଭାରତ ୫ରେ ଅଷ୍ଟ୍ରେଲିଆ, ୭ରେ ନ୍ୟୁଜିଲାଣ୍ଡ ଏବଂ ୮ରେ ଅଷ୍ଟ୍ରେଲିଆ ସହ ଶେଷ ମ୍ୟାଚ୍‌ ଖେଳିବ। ସୁମନ ଦେବୀ ଥୌଡ଼ାମଙ୍କ ନେତୃତ୍ବରେ ଖେଳିବାକୁ ଯାଉଥିବା ଭାରତୀୟ ଦଳର ଉପଅଧିନାୟିକା ରହିଛନ୍ତି ଈଶିକା ଚୌଧୁରୀ।

ଦଳ: ବିଚୁ ଦେବୀ ଖାରିବାମ, ରଷନପ୍ରୀତ କୌର, ଈଶିକା ଚୌଧୁରୀ (ଉପଅଧିନାୟିକା), ସୁମନ ଦେବୀ ଥୌଡ଼ମ (ଅଧିନାୟିକା), ପ୍ରିୟଙ୍କା, ମହିମା ଚୌଧୁରୀ, ମାରିନା ଲାଲରାମଙ୍ଘାକି, ଗଗନଦୀପ କୌର, ପ୍ରଭଲିନ କୌର, ମାରିଆନା କୁଜୁର, ଚେତନା, ରୀତ, ବଲଜୀତ ‌କୌର, ଅଜମିନା କୁଜୁର, ‌ବିଉଟି ଡୁଙ୍ଗଡୁଙ୍ଗ, ଶର୍ମିଳା ଦେବୀ, ଦୀପିକା ଓ ଲାଲରିନ୍ଦିକି।

ସମ୍ବନ୍ଧିତ ଖବର