ନୋବେଲ ବିଜେତା ଅଭିଜିତ ମୋହନବାଗନର ଅଜୀବନ ସଦସ୍ୟ

କୋଲ୍‌କାତା : ପଶ୍ଚିମବଙ୍ଗର ଫୁଟ୍‌ବଲ୍‌ କ୍ଲବ୍‌ ମୋହନବାଗନ ବୁଧବାର ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କୁ ଆଜୀବନ ସଦସ୍ୟତା ପ୍ରଦାନ କରିଛି। କ୍ଲବ୍‌ର ସହସାଧାରଣ ସମ୍ପାଦକ ସଂଜୟ ବୋଷ, ବିତ୍ତ ସମ୍ପାଦକ ଦେବାଶିଷ ଦତ୍ତ ବୁଧବାର ଅଭିଜିତଙ୍କୁ ତାଙ୍କ କୋଲ୍‌କାତା ବାସଭବନରେ ଭେଟିଥିଲେ।

ସେଠାରେ ତାଙ୍କ ନାମ ଲେଖାଥିବା ୧୯୧୧ ମସିହା ପ୍ରଥମ ଦିନର ପ୍ରଚ୍ଛଦ ଏବଂ ବାଦାମୀଲାଲ ଓ ସବୁଜ ରଙ୍ଗର ଜର୍ସି ଦେଇ ମୋହନବାଗନ ଦୌଡ଼କୁଦ କ୍ଲବ୍‌ର ଆଜୀବନ ସଦସ୍ୟତା ପ୍ରଦାନ କରିଥିଲେ। ଏଥିସହ କ୍ଲବ୍‌ର ଇତିହାସ ଉପରେ ସୁବୀର ମୁଖାର୍ଜୀଙ୍କ ଲିଖିତ ‘ସୋନା ଏ ଲେଖା ଇତିହାସ’ ପୁସ୍ତକ ମଧ୍ୟ ଦେଇଥିଲେ। ଆସନ୍ତା ବର୍ଷ ଜାନୁଆରି‌ରେ କୋଲ୍‌କାତା ଗସ୍ତ ବେଳେ ମୋହନବାଗନର ମ୍ୟାଚ୍‌ ଦେଖିବେ ବୋଲି ସଦସ୍ୟତା ଗ୍ରହଣ ପରେ ଶ୍ରୀ ବାନାର୍ଜୀ କହିଥିଲେ।

ସମ୍ବନ୍ଧିତ ଖବର