ଅଂଶୁଙ୍କୁ ଆଇଟା-ଓଟିଏ ୫୦କେ ଟ୍ରଫି

ମେ‌ଣ୍ଢାଶାଳ/ଭୁବନେଶ୍ବର: ଓଡ଼ିଶାର ଅଂଶୁ କୁମାର ଭୂୟାଁ ସ୍ଥାନୀୟ ମେ‌ଣ୍ଢାଶାଳ ଗୁରୁକୁଳ ଟେନିସ୍ ଏକାଡେମି ପରିସରରେ ଆୟୋଜିତ ଆଇଟା-ଓଟିଏ ୫୦ କେ ପ୍ରତିଯୋଗିତାରେ ଟ୍ରଫି କରାୟତ କରିଛନ୍ତି। ଶୁକ୍ରବାର ଏକକ ବର୍ଗର ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଅଂଶୁ ୬-୨, ୬-୪ ସେଟ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ ଆସାମର ସେଖ୍‌ ମହମ୍ମଦ ଇଫ୍‌ତିକାରଙ୍କୁ‌ ପରାସ୍ତ କରିଥିଲେ। ତେବେ ଯୁଗଳ ବର୍ଗରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଓଡ଼ିଶା ଯୋଡ଼ି ସତୀର୍ଥ ପଟ୍ଟନାୟକ-ଆଶୁତୋଷ ଦାସ ଟ୍ରଫି ଜିତିବାରେ ବିଫଳ ହୋଇଥିଲେ। ଏହି ଯୋଡ଼ି ଫାଇନାଲ୍‌ରେ ୬-୦, ୪-୬, ୪-୧୦‌ ସେଟ୍‌ରେ ଶୀର୍ଷ ମାନ୍ୟତା ଉମର ସେକ୍‌ ଓ ସେଖ୍‌ ଇଫ୍‌ତିକାରଙ୍କଠୁ ହାରି ଯାଇଥିଲେ। ଉଦ୍‌ଯାପନୀ ଉତ୍ସବରେ ପ୍ରତିଯୋଗିତାର ନିର୍ଦେଶକ ପ୍ରଦୀପ ପ୍ରଧାନ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ।

ସମ୍ବନ୍ଧିତ ଖବର