ଏସୀୟ ରୋଇ˚ ପାଇଁ ଭିତ୍ତିଭୂମି ଅନୁଧ୍ୟାନ

ଖୁବ୍‌ ଶୀଘ୍ର ଆରମ୍ଭ ହେବ ବିରୂପା ନଦୀ ଖନନ
ପର୍ଯ୍ୟଟନ ବିକାଶ ଉପରେ ଗୁରୁତ୍ବାରୋପ
ଜଳକ୍ରୀଡ଼ା ସହ ଆମୋଦପ୍ରମୋଦର ସୁବିଧା

କଟକ-ଜଗତପୁର: ଜଗତପୁରର ସାଇ ଜଳକ୍ରୀଡ଼ା କେନ୍ଦ୍ର ହେବ ଅତ୍ୟାଧୁନିକ ମନୋର˚ଜନର କେନ୍ଦ୍ର। ଏଠାରେ କ୍ରୀଡ଼ା ସହିତ ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯାଇ କୋଟି କୋଟି ଟଙ୍କା ବିନିଯୋଗ ହେବ। ବିରୂପା ନଦୀ ଉପରେ ପ୍ରାୟ ଅଢେଇ କିଲୋମିଟର ଲମ୍ବର ପ୍ରାକୃତିକ ସମ୍ପଦକୁ ମାତ୍ର ୬ ମାସ ମଧ୍ୟରେ ନବକଳେବର କରାଯିବ। ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ଜଗତପୁର ଜଳକ୍ରୀଡ଼ା କେନ୍ଦ୍ରରେ ହେବାକୁଥିବା ଏସୀୟ ରୋଇ˚ ପ୍ରତିଯୋଗିତା ପରିପ୍ରେକ୍ଷୀରେ ଭିତ୍ତିଭୂମି ଅନୁଧ୍ୟାନ ପାଇଁ ଆସିଥିବା ଉଚ୍ଚସ୍ତରୀୟ କମିଟି ଦ୍ବାରା ଏଭଳି ଆଲୋଚନା ହୋଇଛି। ରାଜ୍ୟରେ ଜଳକ୍ରୀଡ଼ା ପାଇଁ ବିରୂପା ନଦୀ ଭଳି ସୁବିଧା ଅନ୍ୟ କେଉଁଠି ନାହିଁ। ତେଣୁ ଏହାକୁ ପର୍ଯ୍ୟଟନ ସହିତ ଯୋଡ଼ିଦେଲେ କ୍ରୀଡ଼ା ସହିତ ପର୍ଯ୍ୟଟନର ବିକାଶ ମଧ୍ୟ ହୋଇପାରିବ ବୋଲି କୁହାଯାଇଛି। ଏଥିପାଇଁ ପ୍ରାଥମିକ ଭାବେ ପୋତି ହୋଇଯାଉଥିବା ବିରୂପା ନଦୀ ଖନନ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ରାଜ୍ୟ ସରକାର କିମ୍ବା ଆଇଓସିଏଲ୍‌ ପକ୍ଷରୁ ଏହି ଖନନ କାର୍ଯ୍ୟ କରାଯାଇପାରେ ବୋଲି କୁହାଯାଉଛି।
ସମସ୍ତ ଅଧିକାରୀମାନେ ବୋଟ୍‌ରେ ନଦୀର ପରିସିମା ଅନୁଧ୍ୟାନ କରିଥିଲେ। ଏଥିସହିତ କ୍ରୀଡ଼ା ସରଞ୍ଜାମ, ପ୍ରଶିକ୍ଷଣ ସୁବିଧା, ହଷ୍ଟେଲ୍‌ ଇତ୍ୟାଦି ବୁଲି ଦେଖିଥିଲେ। ନଦୀ ଖନନ ହେଲାପରେ ଏଠାରେ ସବୁ ଋତୁ ପାଇଁ ଜଳ ସ˚ରକ୍ଷଣ ହୋଇପାରିବ। ତେଣୁ ଅଫ୍‌ ସିଜନ୍‌ରେ କ୍ରୀଡ଼ା ପ୍ରଭାବିତ ହୋଇପାରିବ ନାହିଁ। ଲୋକଙ୍କ ମନୋର˚ଜନ ପାଇଁ ରୋଇ˚ ସହିତ ଅନ୍ୟାନ୍ୟ କୌତୁହଳ କ୍ରୀଡ଼ା ମଧ୍ୟ ଏଠାରେ ଆରମ୍ଭ କରାଯିବ। ପାଣି କଡ଼ରେ ଚାଲିବା ଓ ସାଇକେଲ ଚାଳନା ପାଇଁ ସ୍ବତନ୍ତ୍ର ଟ୍ରାକ୍‌ ନିର୍ମାଣ କରାଯିବ। ନଦୀ କୂଳରେ ଆମୋଦପ୍ରମୋଦ ପାଇଁ ପାର୍କ ଖୋଲାଯିବ। ଓଡ଼ିଶାରେ ଜଳକ୍ରୀଡ଼ା ପର୍ଯ୍ୟଟନ କ୍ଷେତ୍ରରେ ଏହାକୁ ଭାରତର ଶ୍ରେଷ୍ଠ ସ୍ଥାନ ଭାବେ ଗଢିବା ପାଇଁ ଆଲୋଚନା କରାଯାଇଥିବା ଜଣାପଡ଼ିଛି। ଏହି ପରିଦର୍ଶନରେ କ୍ରୀଡ଼ା ସଚିବ ବିଶାଲ ଦେବ, ଜଳସମ୍ପଦ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିସନର ଅସିତ ତ୍ରିପାଠୀ, କ୍ରୀଡ଼ା ନିର୍ଦ୍ଦେଶକ ବିନିଲ କ୍ରୀଷ୍ଣା, ଜିଲ୍ଲାପାଳ ଅରବିନ୍ଦ ଅଗ୍ରଵାଲ, ଟାଙ୍ଗୀ-ଚୌଦ୍ବାର ତହସିଲ୍‌ଦାର ଡ. ଅବିନାଶ ରାଉଥ, ପୂର୍ତ୍ତ ବିଭାଗର ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଓଡ଼ିଶା ରୋଇ˚ ସ˚ଘ ସଭାପତି ବିନୋଦ ଦାଶ, ସମ୍ପାଦକ ଅମରଜ୍ୟୋତି ସି˚ହଦେଓ, ଯୁଗ୍ମ ସମ୍ପାଦକ ସତ୍ୟପ୍ରକାଶ ମିଶ୍ର, ହରିବନ୍ଧୁ ମହାନ୍ତି, ଶଙ୍କର ଗିରି, ରାଜ୍‌ ଶେଖର, ସାଇ ପ୍ରଶିକ୍ଷଣ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଜନସନ ସି˚ହ, ପ୍ରଶିକ୍ଷକ ପିଟି ପାଉଲୁସ୍‌ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର