କଟକ: ଫାଓ ଲିଗ୍ରେ ସୋମବାର ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି। ରାଧାରମଣ କ୍ଲବ୍ର ଗୋଲ୍ ରକ୍ଷକଙ୍କୁ ରେଫରି ରେଡ୍ କାର୍ଡ ଦେବାରୁ ଖେଳାଳି ଓ ରେଫରିଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏପରିକି ଦଳର ଅନ୍ୟଜଣେ ବରିଷ୍ଠ ଖେଳାଳିଙ୍କୁ ମଧ୍ୟ ୟେଲୋ କାର୍ଡ ଦିଆଯାଇଥିଲା। ଏହାକୁ ନେଇ ରାଧାରମଣ ଖେଳାଳିମାନେ ଅସନ୍ତୋଷ ପ୍ରକାଶ କରିବା ସହ ପଡ଼ିଆ ବାହାରକୁ ଚାଲିଯାଇଥିଲେ। ଯେଉଁଥି ପାଇଁ ମ୍ୟାଚ୍ ଅଧାରୁ ବାତିଲ ହୋଇଯାଇଥିଲା। ସ˚ଧ୍ୟାରେ ଫାଓ ପ୍ରତିଯୋଗିତା କମିଟି ବୈଠକ ବସିଥିବା ବେଳେ ରେଫରିଙ୍କ ନିଷ୍ପତ୍ତି ସତ୍ତ୍ବେ ଦଳ କାହିଁକି ଖେଳିବାକୁ ଆସିନଥିଲା, ତାହାର କାରଣ ଦର୍ଶାଇବାକୁ ନୋଟିସ୍ ଜାରି କରାଯାଇଛି।