ଗୋଟିଏ ପାଳିରେ ମହମ୍ମଦଙ୍କୁ ୯ ଧଳା ଡଟ୍‌

ସର୍ବଭାରତୀୟ ଆମନ୍ତ୍ରଣୀୟ କ୍ୟାରମ୍‌

କଟକ: ବାରବାଟୀ ଷ୍ଟାଡିୟମସ୍ଥିତ ହର୍ସଗେଟ୍‌ ପରିସରରେ ଚାଲିଥିବା ସର୍ବଭାରତୀୟ ଅମନ୍ତ୍ରଣୀୟ କ୍ୟାରମ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ସିଡେଡ୍‌ ଖେଳାଳିମାନେ ବିଜୟ ଅଭିଯାନ ଜାରି ରଖିିଛନ୍ତି। ପୁରୁଷ ଏକକରେ ତେଲେଙ୍ଗାନାର ମହମ୍ମଦ ଅହମ୍ମଦ ଏକ ଆକର୍ଷଣୀୟ ମ୍ୟାଚ୍‌ରେ ଓଡ଼ିଶାର ବିଷ୍ଣୁ ରାଓଙ୍କ ବିପକ୍ଷରେ ଗୋଟିଏ ସୁଯୋଗରେ ସମସ୍ତ ଧଳା ଡଟ୍‌କୁ ପକେଟ୍‌ କରିବାରେ ସଫଳ ହୋଇଥିଲେ। ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ଓଡ଼ିଶାର ନିହାର ରଂଜନ ବେହେରା, କେ ଭିମୟା, ଏସ୍‌ଆର୍‌ ସାମନ୍ତରାୟ, ବାବୁ ରାଓ, ସଂଜୟ ଦାସ, ଇନ୍ତେଖାବ ଖାନ୍‌, ସୁରେଶ ବେହେରା, ଉତ୍ତର ପ୍ରଦେଶର ମହମ୍ମଦ ଜୁବେର, ମହମ୍ମଦ ନାଭେଦ, ମହମ୍ମଦ ହସରତ, ତାମିଲନାଡୁର ଏନ୍‌ ସୁରେଶ କୁମାର, ଏସ୍‌ ଶଙ୍କର, ଆର୍‌ କୁବେରନ୍‌, ଡି କୁବେନ୍ଦ୍ର ବାବୁ, ଗୁଜୁରାଟର ଅଜିତ୍‌ ଜିବା, ଶେଖ ଇମ୍‌ରାନ୍‌, ଗୋଆର ରାହୁଲ ଲୋଟିଲକର, ଦିଲ୍ଲୀର ମହମ୍ମଦ ସମୀର, ଆନ୍ଧ୍ରପଦେଶର ଶ୍ରୀନିବାସ ରାଓ, ପଶ୍ଚିମବଙ୍ଗର ଆଲୋକ ସିଂହ, ମହାରାଷ୍ଟ୍ରର ଏସ୍‌ ଶ୍ରୀକାନ୍ତ, ଓମ୍‌କାର ନାଟେ, ତେଲେଙ୍ଗାନାର ପି ମହେଶ କୁମାର, ମଧ୍ୟପ୍ରଦେଶର ଅଭିଷେକ ଅଭିଷେକ ସାଙ୍ଗାରାଓ ପ୍ରମୁଖ ବିଜୟୀ ହୋଇ ପରବତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। କନିଷ୍ଠ ବାଳକ ବର୍ଗରେ ଓଡ଼ିଶାର ସଙ୍ଗମ ନାୟକ, ସିଦ୍ଧାର୍ଥ ପଟ୍ଟନାୟକ, ଉତ୍ତର ପ୍ରଦେଶର ସୟଦ ରିଜୁଆନ୍‌, ଗୋଆର ବିଜୟ ଧାଜେ, ମହାରାଷ୍ଟ୍ରର ସିଦ୍ଧାନ୍ତ ମହେନ୍ଦ୍ର ବିଜୟୀ ହୋଇଛନ୍ତି। କନିଷ୍ଠ ବାଳିକାରେ ଆନ୍ଧ୍ରପ୍ରଦେଶର ସେକ୍‌ ପୁସ୍‌ନା ସମୀରା, ତାମିଲନାଡୁର ବି ଶୋଭିକା ନିଜନିଜର ମ୍ୟାଚ୍‌ ଜିତି ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି।

ସମ୍ବନ୍ଧିତ ଖବର