ଗ୍ରୀଷ୍ମକାଳୀନ ବନ୍ଧୁକ ଚାଳନା ଶେଷ ଶିବିର ୫ରୁ

ଭୁବନେଶ୍ୱର: ଓଡ଼ିଶା ରାଇଫଲ୍‌ ସଂଘ ଏବଂ ଉତ୍କଳ କରାଟେ ସ୍କୁଲ୍‌ ମିଳିତ ଉଦ୍ୟମରେ ଗ୍ରୀଷ୍ମକାଳୀନ ବନ୍ଧୁକ ଚାଳନାର ଶେଷ ପ୍ରଶିକ୍ଷଣ ଶିବିର ଆସନ୍ତା ୫ ତାରିଖରୁ ଆରମ୍ଭ ହୋଇ ୯ ତାରିଖରେ ଶେଷ ହେବ। ଉତ୍କଳ କରାଟେ ସ୍କୁଲ୍‌ଠାରେ ଆୟୋଜିତ ହେବାକୁଥିବା ଏହି ଶିବିରରେ ୧୨ ବର୍ଷରୁ ଅଧିକ ବୟସର ବାଳକ ଓ ବାଳିକାଙ୍କ ସମେତ ବିଭିନ୍ନ ସିକୁରିଟି ସଂସ୍ଥା, ଏନ୍‌ସିସି, ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀ ପ୍ରଶିକ୍ଷଣ ନେଇପାରିବେ। ବନ୍ଧୁକ ଚାଳନା ସମ୍ବନ୍ଧୀୟ ତଥ୍ୟ, ବୈଷୟିକ ଜ୍ଞାନ ଏବଂ କୌଶଳ ତଥା ଏୟାର ରାଇଫଲ୍‌, ଏୟାର ପିସ୍ତଲ, .୨୨ ରାଇଫଲ୍‌ ବନ୍ଧୁକରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଶିକ୍ଷଣ ଶିବିରକୁ ଅନ୍ତର୍ଜାତୀୟ ବନ୍ଧୁକ ଚାଳନା ସଂଘ ସ୍ୱୀକୃତି ପ୍ରାପ୍ତ ପ୍ରଶିକ୍ଷକ ଆଶିଷ ନାୟକ ପରିଚାଳନା କରିବେ। ଇଛୁକ ପ୍ରାର୍ଥୀମାନେ ଜୁନ୍‌ ୪ ତାରିଖ ସୁଦ୍ଧା ଉତ୍କଳ କରାଟେ ସ୍କୁଲ୍‌ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରିପାରିବେ। ଅଧିକ ବିବରଣୀ ପାଇଁ ୯୪୩୭୧ ୫୩୧୮ କିମ୍ବା ୦୬୭୪-୨୫୩୨୫୩୧ରେ ଯୋଗଯୋଗ କରିପାରିବେ।

ସମ୍ବନ୍ଧିତ ଖବର