ମଡେଲିଂକୁ ଫେରିଲେ କ୍ରିକେଟର ମହମ୍ମଦ ସାମିଙ୍କ ପତ୍ନୀ ହସିନ୍‌ ଜାହାଁ

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିବା ତାଙ୍କ ପତ୍ନୀ ହସିନ୍‌ ଜାହାଁ ପୁଣି ଥରେ ମଡେଲିଂକୁ ଫେରିଛନ୍ତି। ବିବାହ ପୂର୍ବରୁ ହସିନ୍‌ ମଡେଲିଂ ସହ ଆଇପିଏଲ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ପକ୍ଷରୁ ଚିୟର୍‌ଲିଡର କାମ କରୁଥିଲେ। ଚିୟରଲିଡର ସମୟରେ କେକେଆର୍‌ ଖେଳାଳି ସାମିଙ୍କ ସହ ତାଙ୍କର ଭେଟ ହେବା ସହ ପ୍ରେମ ପଢ଼ିଥିଲା। ଶେଷରେ ଉଭୟ ବିବାହ କରିଥିଲେ। ବିବାହ ପରେ ହସିନ୍‌ ଏହି ସବୁ କାମ ଛାଡ଼ି ଦେଇଥିଲେ। ସାମିଙ୍କ ସହ ବିବାଦ ଲାଗିବାରୁ ଏବେ ତାଙ୍କ ପୂର୍ବ କର୍ମସଂସ୍ଥାନକୁ ପୁଣି ଥରେ ଫେରିଥିଲେ। ହସିନ୍‌ ନିଜ ଟ୍ଵିଟର୍‌ ପୃଷ୍ଟାରେ ସଦ୍ୟ ମଡେଲିଂ ସମୟର ଏକ ଫୋଟୋସୁଟ୍‌ ଭିଡିଓ ପ୍ରକାଶ କରିବା ସହ ପୁଣି ଫେରିଲି ବୋଲି ଲେଖିଛନ୍ତି।

ସୂଚନାଯୋଗ୍ୟ, ସାମିଙ୍କ ବିରୋଧରେ ବହୁନାରୀଙ୍କ ସହ ସମ୍ପର୍କ ଏବଂ ବଳତ୍କାର ଭଳି ଅଭିଯୋଗ ହସିନ୍‌ ଆଣିଥିଲେ ଏବଂ ଥାନାରେ ଏତଲା ମଧ୍ୟ ଦେଇଥିଲେ। ହସିନ୍‌ଙ୍କ ଅଭିଯୋଗ ପରେ ସାମି ଅଡ଼ୁଆରେ ପଡ଼ିଥିଲେ। ଫଳରେ ହସିନ୍‌ଙ୍କ ସହ ସାମି ସମସ୍ତ ଅର୍ଥିକ ଦେଣନେଣର ସମ୍ପର୍କ କାଟି ଦେଇଥିଲେ। ଏହା ପରେ ସାମିଙ୍କଠୁ ଭରଣପୋଷଣ ଲାଗି ମାସିକ ୧୦ ଲକ୍ଷ ଟଙ୍କା ପାଇବା ଲାଗି ହସିନ୍‌ ଅଦାଲତର ଆଶ୍ରୟ ନେଇଥିଲେ।

ସମ୍ବନ୍ଧିତ ଖବର