ଜାତୀୟ କନିଷ୍ଠ ବାସ୍କେଟ୍‌ବଲ୍‌:ଓଡ଼ିଶା ବାଳକ ଓ ବାଳିକା ହାରିଲେ

ଭୁବନେଶ୍ୱର: ଲୁଧିଆନାର ଗୁରୁ ନାନକ ଷ୍ଟାଡିୟମ୍‌ ବାସ୍କେଟ୍‌ବଲ୍‌ ଏକାଡେମି ପରିସରରେ ଚାଲିଥିବା ୬୯ତମ ଜାତୀୟ କନିଷ୍ଠ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତାରମଙ୍ଗଳବାର ଓଡ଼ିଶା ବାଳକ ଓ ବାଳିକା ଦଳ ପରାଜୟ ବରଣ କରିଛନ୍ତି। ବାଳକମାନେ ସଂଘର୍ଷପୂର୍ଣ୍ଣ ଭାବେ ୭୫-୮୦ରେ ଜମ୍ମୁ ଓ କଶ୍ମୀରଠାରୁ ଏବଂ ବାଳିକାମାନେ ୪୫-୫୫ରେ ତେଲେଙ୍ଗାନାଠାରୁ ହାରିଛନ୍ତି। ବୁଧବାର ଓଡ଼ିଶା ବାଳକ ଛତିଶଗଡ଼କୁ ଏବଂ ବାଳିକା ଉତ୍ତରାଖଣ୍ଡକୁ ଭେଟିବେ।

ସମ୍ବନ୍ଧିତ ଖବର