ଖୋର୍ଧା କପ୍‌ କ୍ରିକେଟ୍‌ ଫାଇନାଲ୍‌ରେ ରାଉରକେଲା-ରାଇଜିଂ

ଖୋର୍ଧା: ଖୋର୍ଧା ଜିଲ୍ଲା କ୍ରିକେଟ୍‌ ସଂଘ ଆନୁକୂଲ୍ୟରେ ବିଜେବି ଉଚ୍ଚ ବିଦ୍ୟାଳୟ ମିନି ଷ୍ଟାଡ଼ିୟମରେ ଚାଲିଥିବା ତୃତୀୟ ସର୍ବଭାରତୀୟ ଖୋର୍ଧା କପ୍‌ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ରାଉରକେଲା ଏକାଦଶ ପ୍ରବେଶ କରିଛି। ଶନିବାର ଦ୍ୱିତୀୟ ସେମି ଫାଇନାଲ୍‌ ମ୍ୟାଚ୍‌ରେ ଏହି ଦଳ ଭୁବନେଶ୍ୱରର ମୁକ୍ତେଶ୍ୱର କ୍ରିକେଟ୍‌ କ୍ଲବ୍‌କୁ ପରାସ୍ତ କରିଦେଇଛି। ମୁକ୍ତେଶ୍ୱର ୭ ୱିକେଟ୍‌ ହରାଇ ୧୩୦ ରନ୍‌ କରିଥିଲା। ସିଦ୍ଧାନ୍ତ ଜେନା ୨୯ ବଲ୍‌ରୁ ୩୭ ଓ ପ୍ରିୟବ୍ରତ ସାହୁ ୧୭ ରନ୍‌ କରିଥିଲେ। ରାଉରକେଲା ପକ୍ଷରୁ ସାଗର ରାଉତ ୩ ୱିକେଟ୍‌ ନେଇଥିଲେ। ଜବାବରେ ରାଉରକେଲା ଦଳ ୧୮.୪ ଓଭରରେ ୬ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଆଲୋକ ପ୍ରଧାନ ୫୬ ବଲ୍‌ରୁ ୬୮ ଓ ସାଗର ରାଉତ ୧୯ ବଲ୍‌ରୁ ୨୬ ରନ୍‌ କରିଥିଲେ। ମୁକ୍ତେଶ୍ୱର ଦଳ ପକ୍ଷରୁ ହୀତେଶ ନାୟକ ୨ ୱିକେଟ୍‌ ନେଇଥିଲେ। ଗୁରୁପ୍ରସାଦ ଆଚାଯ୍ୟର୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଆଲୋକ ପ୍ରଧାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ମ୍ୟାଚ୍‌କୁ ଶରତଚନ୍ଦ୍ର ସାହୁ ଓ ପ୍ରୀତିରଂଜନ ବିଜୟସିଂ ପରିଚାଳନା କରିଥିଲେ। ରବିବାର ଫାଇନାଲ ମ୍ୟାଚ୍‌ କଟକର ରାଇଜିଂ ଷ୍ଟୁଡେଣ୍ଟ୍‌ ଓ ରାଉରକେଲା ଏକାଦଶ ମଧ୍ୟରେ ଖେଳାଯିବ। ଶନିବାର ମ୍ୟାଚ୍‌ ପୂର୍ବରୁ ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କି ମିନି ଷ୍ଟାଡ଼ିୟମ ପରିସରରେ ଏକ ମଲଟି ଜିମ୍‌କୁ ଉଦ୍‌ଘାଟନ କରିଥିଲେ ।

ସମ୍ବନ୍ଧିତ ଖବର