ଲିଡ୍‌ସ ଟେଷ୍ଟ୍‍: ଇଂଲଣ୍ଡ ଆଗୁଆ

ହେଡିଙ୍ଗ୍‌ଲେ: ଲିଡ୍‌ସରେ ଚାଲିଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ତଥା ଶେଷ ଟେଷ୍ଟ୍‍ରେ ଇଂଲଣ୍ଡ ବଡ଼ ଅଗ୍ରଣୀ ଅଭିମୁଖେ ଅଗ୍ରସର ହୋଇଛି। ଶୁକ୍ରବାର ପ୍ରଥମ ଦିନ ପାକିସ୍ତାନକୁ ୧୭୪ ରନ୍‌ରେ ଆଉଟ୍‌ କରି ଦେଇଥିବା ଇଂଲଣ୍ଡ ଶନିବାର ଦ୍ୱିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୭ ଓ୍ଵିକେଟ୍‌ରେ ୩୦୨ ରନ୍‌ କରିନେଇଛି। ଇଂଲଣ୍ଡର ଶୀର୍ଷକ୍ରମର ୬ ଜଣ ଖେଳାଳି ଭଲ ଆରମ୍ଭ ପାଇଥିଲେ ମଧ୍ୟ କେହି ଅର୍ଧଶତକ ପୂର୍ଣ୍ଣ କରିପାରିନଥିଲେ। ଆଲେଷ୍ଟର୍‌ କୁକ୍‌ (୪୬), ଜୋ ରୁଟ୍‌ (୪୫) ଏବଂ ଦ୍ୱିତୀୟ ଟେଷ୍ଟ୍‍ ଖେଳୁଥିବା ଯୁବ ଖେଳାଳି ଡୋମିନିକ୍‌ ବେସ୍‌ (୪୯) ଅଳ୍ପକେ ବଞ୍ଚିତ ହୋଇଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ଆମିର୍‌ ଏବଂ ଫହିମ୍‌ ଅସ୍ରଫ୍‌ ୨ ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୧୭୪ (ସାଦବ ଖାନ୍‌-୫୬, ଷ୍ଟୁଆର୍ଟ ବ୍ରଡ୍‌-୩/୩୮, ଜେମ୍‌ସ ଆଣ୍ଡରସନ୍‌-୩/୪୩, କ୍ରିସ୍‌ ଓ୍ଵକ୍‌ସ-୩/୫୫)। ଇଂଲଣ୍ଡ ପ୍ରଥମ ପାଳି: ୯୬ ଓଭରରେ ୩୦୨/୭ (ଡୋମିନିକ୍‌ ବେସ୍‌-୪୯, ଆଲେଷ୍ଟର୍‌ କୁକ୍‌-୪୬, ଜୋ ରୁଟ୍‌-୪୫, କିଟନ୍‌ ଜେନିଙ୍ଗ୍‌ସ-୨୯, ଡେଭିଡ୍‌ ମଲାନ୍‌-୨୮, ଜନି ବେୟାରଷ୍ଟୋ-୨୧, କ୍ରିସ୍‌ ଓ୍ଵକ୍‌ସ-୧୭, ଜୋସ୍‌ ବଟଲର୍‌-୩୪*, ସାମ୍‌ କୁରାନ୍‌-୧୬*, ଫହିମ୍‌ ଅସ୍ରଫ୍‌-୨/୪୩, ମହମ୍ମଦ ଆମିର୍‌-୨/୬୪, ସାଦବ ଖାନ୍‌-୧/୫୦, ହାସନ୍‌ ଅଲୀ-୧/୬୮)।

ସମ୍ବନ୍ଧିତ ଖବର