ମୋଡ୍ରିକ୍‌ ଜିତିଲେ ବାଲନ୍‌ ଡି’ଓର୍‌ ପୁରସ୍କାର

ପ୍ୟାରିସ୍‌: ରିଅଲ୍‌ ମାଦ୍ରିଦ୍‌ର କ୍ରୋଏସିଆ ତାରକା ଲୁକା ମୋଡ୍ରିକ୍‌ ଚଳିତ ବର୍ଷର ବାଲୋନ ଡି’ ଓର୍‌ ପୁରସ୍କାର କରାୟତ କରିଛିନ୍ତି। ପର୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍‌ଡୋ ଏବଂ ଆର୍ଜେଣ୍ଟିନାର ଲିଓନିଲ ମେସି ଏହି ପୁରସ୍କାର ଉପରେ ‌ଗୋଟିଏ ଦଶନ୍ଧି ଧରି ଆଧିପତ୍ୟ ବିସ୍ତାର କରି ଆସୁଥିଲେ। ହେଲେ ଚଳିତ ବର୍ଷ ରୋନାଲ୍‌ଡୋ ଓ ମେସିଙ୍କୁ ପଛରେ ପକାଇ ମୋଡ୍ରିକ୍‌ ଏହି ଧାରା ଭାଙ୍ଗିଛନ୍ତି। ‌ଗତ ବର୍ଷର ବିଜେତା ରୋନାଲ୍‌ଡୋ ଦ୍ବିତୀୟରେ ଏବଂ ଆଟ୍‌ଲେଟିକ୍‌ ମାଦ୍ରିଦ୍‌ର ଫ୍ରାନ୍ସ ଷ୍ଟ୍ରାଇକର ଆଣ୍ଟୋନି ଗ୍ରିଜ୍‌ମାନ୍‌ ତୃତୀୟରେ ରହିଛନ୍ତି। ଶ୍ରେଷ୍ଠ ୨୧ ବର୍ଷରୁ କମ୍‌ ଖେଳାଳି ଭାବେ କୋପା ପୁରସ୍କାର ପାଇଥିବା ଫ୍ରାନ୍ସ ଯୁବ ତାରକା କିଲିଆନ୍‌ ଏମ୍‌ବାପେ ଚତୁର୍ଥ ଓ ମେସି ପଞ୍ଚମରେ ରହିଥିଲେ। ପ୍ରଥମ ଥର ଲାଗି ପ୍ରଦାନ କରାଯାଇଥିବା ମହିଳା ବାଲନ୍‌ ଡି’ଓର୍‌ ପୁରସ୍କାର ନରୱେର ଷ୍ଟ୍ରାଇକର ଆଦା ହେଗରବର୍ଗଙ୍କୁ ମିଳିଥିଲା।

ସମ୍ବନ୍ଧିତ ଖବର