ଜାତୀୟ ଉପକନିଷ୍ଠ ହକି ସେମିରେ ଓଡ଼ିଶା

କଟକ: ଛତିଶଗଡ଼ର ରାୟପୁରରେ ଚାଲିଥିବା ଜାତୀୟ ଉପକନିଷ୍ଠ ହକି ପ୍ରତିଯୋଗିତାର ନବମ ସଂସ୍କରଣରେ ଓଡ଼ିଶା ସେମିଫାଇନାଲ୍‌ ପ୍ରବେଶ କରିଛି। ରବିବାର ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍‌ରେ ଓଡ଼ିଶା ୩-୨ ଗୋଲ୍‌ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି। ମଙ୍ଗଳବାର ହେବାକୁ ଥିବା ସେମିଫାଇନାଲ୍‌ରେ ଓଡ଼ିଶାର ମୁକାବିଲା ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସହିତ ହେବ। ଓଡ଼ିଶା ପାଇଁ ପାଉଲୁସ୍‌ ଲାକ୍ରା ୨ ଓ ୩୮ ମିନିଟ୍‌ ଏବ˚ ରାଜମୋନ ଟେଟେ ୬୦ ମିନିଟ୍‌ରେ ଗୋଲ୍‌ ଦେଇଥିଲେ। ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ପାଇଁ ଶ୍ରେୟସ ଧୁପେ ୧୯ ମିନିଟ୍‌ ଓ ୪୯ ମିନିଟ୍‌ରେ ଦୁଇଟି ଗୋଲ୍‌ କରି କେବଳ ବ୍ୟବଧାନ କମାଇବାକୁ ସମର୍ଥ ହୋଇଥିଲେ। ସେହିପରି ଅନ୍ୟ ଏକ କ୍ବାର୍ଟର ଫାଇନାଲ୍‌ରେ ସାଇ ୩-୦ ଗୋଲ୍‌ରେ ଚଣ୍ଡୀଗଡ଼କୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର