ଜାତୀୟ କରାଟେ ଲାଗି ଓଡ଼ିଶା ଦଳର ଆସାମ ଗସ୍ତ

ଭୁବନେଶ୍ବର ଆ‌ସାମର ଗୌହାଟୀରେ ଚଳିତ ମାସ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା କନିଷ୍ଠ, କ୍ୟାଡେଟ୍‌ ଓ ୨୧ ବର୍ଷରୁ କମ୍‌ ଜାତୀୟ କରାଟେ ପ୍ରତି‌ଯୋଗିତା ଲାଗି ୪୩ ଜଣିଆ ଓଡ଼ିଶା ଦଳ ବୁଧବାର ସେଠାକୁ ଗସ୍ତ କରିଛି। ଓଡ଼ିଶା ଦଳରେ ୨୨ ଜଣ ପୁରୁଷ ଓ ୧୫ ଜଣ ମହିଳା ଖେଳାଳି ରହିଛନ୍ତି। ୬ ଜଣ ଅଧିକାରୀ ଜୟଦେବ ପଟ୍ଟନାୟକ, ରାଜୀବ ସିଂହ, ଦୀପକ ସାମନ୍ତରା, ଦିଲ୍ଲୀପ କୁମାର ଜେନା, ସନ୍ଦୀପ ମହାନ୍ତି ଓ ହିଂମାଶୁ ଶେଖର ଦାସ ଏହି ଦଳ ‌ସହ ଆସାମ ଗସ୍ତ କରିଛନ୍ତି। ଏହି ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ରାଜ୍ୟ ସଂଘ ପକ୍ଷରୁ ଖେଳାଳିମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର