ମହିଳା ହକି ଜୁନିଅର ଚମ୍ପିଅନ୍‌ସିପ୍‌: ଓଡ଼ିଶା ୧୦-୧ରେ ତାମିଲନାଡୁ ବିପକ୍ଷରେ ବିଜୟୀ

ଭୋପାଲ: ଓଡ଼ିଆ ଝିଅମାନେ ହକି ମ୍ୟାଚ୍‌ରେ ପୁଣି ଥରେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ମଧ୍ୟପ୍ରଦେଶର ଭୋପାଲ ଠାରେ ଚାଲିଥିବା ୮ମ ମହିଳା ହକି ଜୁନିଅର ଚମ୍ପିଅନସିପ୍‌ରେ ତାମିଲନାଡୁକୁ ୧୦-୧ ଗୋଲ୍‌ରେ ପରାସ୍ତ କରିଛନ୍ତି। ଓଡ଼ିଶା ପକ୍ଷରୁ ଅସିମ କାଞ୍ଚନ ବାର୍ଲା ୪ ଓ ୫୫ ମିନିଟରେ ଗୋଲ ଦେଇଥିଲେ।

ଓଡ଼ିଆ ଝିଅ ଇଲିମା ମିଞ୍ଜ ୮, ୪୩, ୫୯ ଓ ୬୬ ମିନିଟରେ, ନେହା ଲାକ୍ରା ୬୦ ମିନିଟରେ, ଅବିନାଶୀ ମୁକ୍ତି ସୁରିନ ୧୪, ୪୫ ଓ ୬୭ ମିନିଟରେ ଗୋଲ ଦେଇଥିଲେ। ଅପରପକ୍ଷେ ତାମିଲନାଡୁ ପକ୍ଷରୁ ୩୭ ମିନିଟରେ ଜନନୀ ଏମ୍‌ ଗୋଲ ଦେଇଥିଲେ।

ସମ୍ବନ୍ଧିତ ଖବର