ଜାତୀୟ ଜୁ ଜୁତ୍‌ସୁରେ ଓଡ଼ିଶାକୁ ଆଉ ୧୧ ସ୍ବର୍ଣ୍ଣ

ଭୁବନେଶ୍ବର: ଚେନ୍ନାଇରେ ଚାଲିଥିବା ଜାତୀୟ ଜୁ ଜୁତ୍‌ସୁ ପ୍ରତିଯୋଗିତାର ଦ୍ବିତୀୟ ଦିବସରେ ଓଡ଼ିଶାକୁ ଆଉ ୧୧ ସ୍ବର୍ଣ୍ଣ ସହ ୧୫ ପଦକ ମିଳିଛି। ପ୍ରଥମ ଦିନ ୨ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ଜିତିଥିବା ଓଡ଼ିଶା ପ୍ରତିଯୋଗୀମାନେ ପୁଣି ୧୧ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୨ କାଂସ୍ୟ ପଦକ ଯୋଡ଼ିଛନ୍ତି। ଅନୁପମା ସ୍ବାଇଁ ଓ ପ୍ରିୟଦର୍ଶିନୀ ଘଟୁଆରୀ ୩ ଲେଖାଏଁ ସ୍ବର୍ଣ୍ଣ ଜିତିଥିଲା ବେଳେ ତନ୍ବେଷ ପୁନିତ ଲେଙ୍କା ଓ ଉମା ମହେଶ୍ବର ରେଡ୍ଡୀ ୨ ଲେଖାଏଁ, ଶେଖର ଗୋଟିଏ ସ୍ବର୍ଣ୍ଣ ହାସଲ କରିଛନ୍ତି। ଅଂଶୁମାନ ସେଠୀ ଓ ଆଶିଷ ରାଉତ ରୌପ୍ୟ ଏବଂ ଶ୍ରୀକାନ୍ତ ଖୁଣ୍ଟିଆ ଓ ମଧୁପ୍ରିୟା କାଂସ୍ୟ ପଦକ ଜିତି ନେଇଛନ୍ତି। ଦଳର ଅଭୁତପୂର୍ବ ସଫଳତା ପାଇଁ ରାଜ୍ୟ ଜୁ ଜୁତ୍‌ସୁ ସଂଘ ପକ୍ଷରୁ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର