ଅଫ୍‌ ସାଇଡ୍‌: ଘରକୁ ଆର୍ଜେଣ୍ଟିନା ରଙ୍ଗରେ ରଙ୍ଗେଇଲେ କୋଲକାତା ଚା’ ବିକାଳି

କୋଲକାତା: ସୁଦୂର ରୁଷିଆରେ ଫୁଟବଲ୍‌ ବିଶ୍ୱକପ୍‌ ଖେଳା ଯାଉଥିଲେ ମଧ୍ୟ କୋଲକାତାରେ ଏହାର ପ୍ରଭାବ ବେଶ୍‌ ପଡ଼ିଛି। ପୂରା କୋଲକାତାକୁ ଯେମିତି ବିଶ୍ୱକପ୍‌ ଜ୍ୱର ଗ୍ରାସିଛି। ଶିବ ଶଙ୍କର ପାତ୍ର ନାମକ ଏଠାକାର ଜଣେ ଚା’ ବିକାଳି ନିଜର ତିନି ମହଲା ଘରକୁ ଆର୍ଜେଣ୍ଟିନା ଜାତୀୟ ଦଳର ରଙ୍ଗରେ ରଙ୍ଗେଇ ଦେଇଛନ୍ତି। ଶିବ ଶଙ୍କର ଆର୍ଜେଣ୍ଟିନା ଏବଂ ଏହାର ତାରକା ଖେଳାଳି ଲିଓନେଲ୍‌ ମେସିଙ୍କର ଜଣେ ଦୃଢ଼ ପ୍ରଶଂସକ। ଏକ ଛୋଟିଆ ଚା’ ଦୋକାନର ମାଲିକ ହୋଇଥିଲେ ମଧ୍ୟ ୫୩ ବର୍ଷୀୟ ଶିବ ଶଙ୍କର ବିଶ୍ୱକପ୍‌ ଦେଖିବା ଲାଗି ୬୦,୦୦୦ ଟଙ୍କା ସଞ୍ଚୟ କରିଥିଲେ। ହେଲେ ରୁଷିଆ ଯାଇ ମ୍ୟାଚ୍‌ ଦେଖିବା ଲାଗି ଏହା ପର୍ଯ୍ୟାପ୍ତ ହେବ ନାହିଁ ବୋଲି ସେ ଜାଣିବାକୁ ପାଇଥିଲେ। ସେଥିପାଇଁ ଏହି ଅର୍ଥରେ ନିଜ ଘରକୁ ଆର୍ଜେଣ୍ଟିନା ଖେଳାଳିଙ୍କ ଜର୍ସି ଭଳି ରଙ୍ଗ ଦେଇଥିଲେ। ଏହା କରି ସେ ଆର୍ଜେଣ୍ଟିନା ଦଳ ପ୍ରତି ତାଙ୍କ ମନରେ ଥିବା ଭଲ ପାଇବାକୁ ଦର୍ଶାଇଛନ୍ତିି ବୋଲି ଶିବଶଙ୍କର କହିଛନ୍ତି। ଉତ୍ତର ପ୍ରଗଣାର ନବାବଗଞ୍ଜ ସହର ନିକଟ ଇଚ୍ଛାପୁର ରେଳବାଇ ଷ୍ଟେସନ୍‌ ପାଖରେ ଥିବା ଏହି ଘରଟି ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ତିନି ମହଲା ଘରର ତଳ ମହଲାରେ ଶିବ ଶଙ୍କର ଏକ ଚା’ ଦୋକାନ ଖୋଲିଛନ୍ତି।

ସମ୍ବନ୍ଧିତ ଖବର