ଷ୍ଟେନଙ୍କ ସ୍ଥାନରେ ଅଲିଭର ଓ ଲୁଙ୍ଗି

କେପଟାଉନ: ଅଭିଜ୍ଞ ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌ ଭାରତ ବିପକ୍ଷ ଟେଷ୍ଟ ଶୃଙ୍ଖଳାରୁ ବାଦ ପଡ଼ିବା ପରେ ଦକ୍ଷିଣ ଆଫ୍ରିକା ତାଙ୍କ ସ୍ଥାନରେ ଏକା ଥରକେ ଦୁଇ ଜଣ ବୋଲରଙ୍କୁ ଡାକରା ଦେଇଛି । ଏହି ଦୁଇ ବୋଲର ହେଲେ ଡୁଆନେ ଅଲିଭର ଏବଂ ଲୁଙ୍ଗି ନିଡି। ଅଲିଭର ଏ ପର୍ଯ୍ୟନ୍ତ ୫ ଟେଷ୍ଟ ଖେଳି ସାରିଛନ୍ତି। ଏହି ସମସ୍ତ ଟେଷ୍ଟ ମ୍ୟାଚ୍‌ ସେ ଚଳିତ ବର୍ଷ ଖେଳିଛନ୍ତି। ଅନ୍ୟ ପକ୍ଷରେ ୨୧ ବର୍ଷୀୟ ଲୁଙ୍ଗି ଏ ପର୍ଯ୍ୟନ୍ତ ଟେଷ୍ଟ ଜୀବନ ଆରମ୍ଭ କରି ନାହାନ୍ତି। ତେବେ ସେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ ଖେଳି ସାରିଛନ୍ତି। ଏହି ଦୁଇ ଜଣଙ୍କ ଭିତରୁ ଜଣେ ସେଞ୍ଚୁରିଅନଠାରେ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେଉଥିବା ଦ୍ୱିତୀୟ ଟେଷ୍ଟରେ ଖେଳିବାର ସମ୍ଭାବନା ରହିଛି। ସେପଟେ ଷ୍ଟେନ୍‌ ୪ରୁ ୭ ସପ୍ତାହ ପର୍ଯ୍ୟନ୍ତ କ୍ରିକେଟ୍‌ ଖେଳି ନପାରିବାର ଆଶଙ୍କା ରହିଛି। ତାଙ୍କ ଅନୁପସ୍ଥିତିରେ ଭର୍ନାନ ଫିଲାଣ୍ଡର, କାଗିସୋ ରବାଦା ଓ ମର୍ନିି ମର୍କେଲ ମଧ୍ୟ ଭାରତକୁ କେପଟାଉନ ଟେଷ୍ଟରେ ଘାଇଲା କରି ସାରିଛନ୍ତି।

ସମ୍ବନ୍ଧିତ ଖବର