ଆର୍‌ସିବି ଆକ୍ରମଣରେ ଶକ୍ତି ଓ ବିବିଧତା ଅଛି:ଏବି ଡି’ଭିଲିୟର୍ସ

ଇଡେନ୍‌ ଗାର୍ଡେନ୍‌ସରେ ରବିବାର କେକେଆର୍‌ ନିକଟରୁ ପ୍ରଥମ ମ୍ୟାଚ୍‌ ହାରିଯିବା ପରେ ପ୍ରଶିକ୍ଷକ ଡାନିଏଲ୍‌ ଭିଟୋରି ମୋତେ ଟାଣିଥିଲେ। ଫଳାଫଳକୁ ନେଇ ସେ ବିସ୍ମିତ ଥିଲେ। ତଥାପି ଦଳର ପ୍ରଦର୍ଶନରେ ଅନେକ ସକରାତ୍ମକ ଦିଗ ଦେଖିଥିବା ସେ କହିଥିଲେ। ଭବିଷ୍ୟତ ସମ୍ଭାବନାକୁ ନେଇ ମଧ୍ୟ ସେ ଢ଼େର ଆଶାବାଦୀ। ଡାନ୍‌ (ଡାନିଏଲ୍‌ ଭିଟୋରି) ଯାହା ବୁଝନ୍ତି ତାହା କୁହନ୍ତି ଏବଂ ସେ ଯାହା କୁହନ୍ତି ତାହା ଆମ ପାଇଁ ମୂଲ୍ୟବାନ। ମୁଁ ତାଙ୍କ ସହ ଏକମତ।
ଆମେ ବୁଝିପାରୁଛୁ, ବିରାଟ ଓ ମୁଁ ଲଗାତାର ବଲ୍‌ରେ ଆଉଟ୍‌ ହେବାର ନ ଥିଲା। ସବୁକିଛି ଭଲରେ ଚାଲିଥିଲା ଏବଂ ବାସ୍ତବରେ ଆମେ ବ୍ୟକ୍ତିଗତ ୭୦/୮୦ ରନ ପର୍ଯ୍ୟନ୍ତ ଟାଣିନେବାର ଥିଲା। ସେହିଭଳି ସୁନୀଲ ନରିନ୍‌ଙ୍କୁ ମଧ୍ୟ ଉଡ଼ନ୍ତା ଆରମ୍ଭରୁ ରୋକିବାର ବାଟ ଖୋଜିବାର ଥିଲା। ତଥାପି ଯାହା ଘଟିଗଲା ତାହା ଅତୀତ ଏକଥାକୁ ଡାନ୍‌ ବୁଝିଛନ୍ତି। କୋଲକାତାରେ କିନ୍ତୁ ଭୁଲ ପାଇଁ ମୂଲ୍ୟ ଦେବାକୁ ପଡ଼ିଲା। ତଥାପି ଆମେ ଲୟରେ ଥିବା ଏକ ସନ୍ତୁଳିତ କେକେଆର୍‌ ଦଳର ଶକ୍ତି ବିପକ୍ଷରେ ଖେଳିଥିଲୁ। ଏବେ ଆମକୁ ଆଗକୁ ଦେଖିବାକୁ ପଡ଼ିବ।
ଦ୍ୱିତୀୟ କଥା ହେଉଛି ଆମେ ଭଲ ଭାବରେ ପ୍ରଶିକ୍ଷିତ ଏବଂ ପରିଚାଳିତ। କ୍ରିକେଟ୍‌ରେ ସାଧାରଣତଃ ଫିଟ୍‌ନେସ୍‌ ପ୍ରଶିକ୍ଷକଙ୍କ ଦ୍ୱାରା ଓ୍ଵାର୍ମ ଅପ୍‌ କରାଯାଉଛି। ପ୍ରତି ଖେଳାଳିଙ୍କୁ ନିଜ ନିଜ ଓ୍ଵାର୍ମ ଅପ୍‌ ପାଇଁ ସୁଯୋଗ ମିଳୁଛି। ତଥାପି ସବୁପ୍ରକାର ସହାୟତା ଲାଗି ପ୍ରଶିକ୍ଷକ ପାଖରେ ରହିଛନ୍ତି। ପ୍ରଥମତଃ ମୁଁ ଏହାକୁ ଭଲପାଏ। ତୃତୀୟ କଥାଟି ହେଉଛି, ଆର୍‌ସିବି କେଉଁଠି ଚଳିତ ବର୍ଷ ଅଣସନ୍ତୁଳିତ ଦଳ ରଖିଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଆମ ଶୀର୍ଷ ୪ ବ୍ୟାଟିଂ କ୍ରମରେ ବିସ୍ଫୋରକ ରୂପ ରହିଛି। ବୋଲିଂ ଶକ୍ତିରେ କିନ୍ତୁ ଆମେ ଟ୍ରଫି ବିଜେତା ହେବା ଭଳି ଦକ୍ଷତା ରଖିବାର ଅଭାବ ଅଛି। କିନ୍ତୁ କୋଲ୍‌କାତା ପରାଜୟକୁ ନେଇ ଅଧିକ କିଛି କହିବା ଠିକ୍‌ ହେବ ନାହିଁ। ବୋଲରମାନେ ସେମାନଙ୍କ ଦକ୍ଷତା ଅନୁସାରେ ବୋଲିଂ କରିଥିଲେ, ଏହା ମୋତେ ପ୍ରଭାବିତ କରିଥିଲା। ବାସ୍ତବରେ ଆମ ବୋଲିଂରେ ଶକ୍ତି ଓ ବିବିଧତା ରହିଛି, ବେଞ୍ଚ୍‌ରେ ମଧ୍ୟ ପର୍ଯ୍ୟାପ୍ତ ବିକଳ୍ପ ଉପଲବଧ। ମୁଁ ନିଶ୍ଚିତ ସେମାନେ ସାମଗ୍ରିକ ଭାବେ ପ୍ରତିଭାର ଉଜ୍ୱଳ ପ୍ରଦର୍ଶନ କରିପାରିବେ। ଆମକୁ ଏବେ ନିଜର ପରବର୍ତୀ ମ୍ୟାଚ୍‌ କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷରେ ହିଁ ଭଲ ପ୍ରଦର୍ଶନ ଦେଖାଇବାର ଉପଯୁକ୍ତ ସମୟ ଆସିଛି। (ଟିସିଏମ୍‌)

ସମ୍ବନ୍ଧିତ ଖବର