ଜାତୀୟ ତୀରନ୍ଦାଜୀ, ପଞ୍ଜାବ ଓ ମଧ୍ୟପ୍ରଦେଶ ଦଳଗତ ବିଜେତା

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାର କମ୍ପାଉଣ୍ତ ରାଉଣ୍ତ ଶେଷ ହୋଇଛି। ଏହି ରାଉଣ୍ତର ଦଳଗତ ବିଭାଗରେ ପୁରୁଷରେ ପଞ୍ଜାବ ଏବଂ ମହିଳାରେ ମଧ୍ୟପ୍ରଦେଶ ବିଜେତା ହୋଇଛି। ପୁରୁଷରେ ପଞ୍ଜାବ ମୋଟ ୨୩୨ ପଏଣ୍ଟ ପାଇ ସ୍ବର୍ଣ୍ଣ ପଦକ ପାଇଥିଲା ବେଳେ ଦିଲ୍ଲୀ ୨୩୦ ପଏଣ୍ଟ ସହ ଦ୍ବିତୀୟ ଓ ଏଆଇପିଏସ୍‌ସିବି ୨୩୧, ୩୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲା। ମହିଳାରେ ମଧ୍ୟପ୍ରଦେଶ ୨୨୭ ପଏଣ୍ଟ ସହ ସ୍ବର୍ଣ୍ଣ, ରାଜସ୍ଥାନ ୨୨୩ ପଏଣ୍ଟ ସହ ରୌପ୍ୟ ଓ ଏଆଇପିଏସ୍‌ସିବି ୨୩୦ ପଏଣ୍ଟ ସହ କା˚ସ୍ୟ ପଦକ ପାଇଛନ୍ତି। ମିଶ୍ରିତ ଯୁଗଳରେ ପଞ୍ଜାବର ପ୍ରଭଜ୍ୟୋତ କୌର ଓ ସ˚ଗମପ୍ରୀତ୍‌ ସି˚ହ ବିସ୍‌ଲାଙ୍କ ଯୋଡ଼ି ୧୫୬ ପଏଣ୍ଟ ସହ ସ୍ବର୍ଣ୍ଣ ପାଇଛନ୍ତି। ତାଙ୍କ ପଛକୁ ମଣିପୁରର ଲିଲି ଚାନୁ ପାଓନାମ ଓ ଏମ୍‌ ବିକ୍ରମ ସି˚ହଙ୍କ ଯୋଡ଼ି ୧୫୪ ପଏଣ୍ଟରେ ରୌପ୍ୟ ଏବ˚ ଆର‌୍‌ଏସ୍‌ପିବିର ତ୍ରୀଶା ଦେବ ଓ ସୁନେନ୍ଦୁ ରଏଙ୍କ ଯୋଡ଼ି ୧୫୮ ପଏଣ୍ଟରେ କା˚ସ୍ୟ ପଦକ ହାସଲ କରିଛନ୍ତି। ଏଥିପୂର୍ବରୁ ଅନୁଷ୍ଠିତ କମ୍ପାଉଣ୍ତ ଅଲିମ୍ପିକ୍‌ ପର୍ଯ୍ୟାୟର ପୁରୁଷ ବର୍ଗରେ ରାଜସ୍ଥାନର ରଜତ ଚୌହାନ ୧୪୫ ପଏଣ୍ଟ, ଉତ୍ତର ପ୍ରଦେଶର ଅର୍ଜୁନ କୁମାର ୧୪୪ ପଏଣ୍ଟ ଓ ପ୍ରବୀଣ କୁମାର ୧୪୬ ପଏଣ୍ଟ ସହ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ମହିଳା ଅଲିମ୍ପକ୍‌ ପର୍ଯ୍ୟାୟରେ ଆର‌୍‌ଏସ୍‌ପିବିର ତ୍ରୀଶା ଦେବ ୧୪୪, ଝାଡ଼ଖଣ୍ତର ମଧୁମିତା କୁମାରୀ ୧୪୨, ରାଜସ୍ଥାନର ସ୍ବାତୀ ଦୁଧଵାଲ୍‌ ୧୪୫ ପଏଣ୍ଟ ପାଇ ପ୍ରଥମ ତିନିଟି ସ୍ଥାନରେ ରହିଛନ୍ତି। ଶନିବାରଠୁ ଇଣ୍ତିଆନ୍‌ ରାଉଣ୍ତର ପ୍ରତିଯୋଗିତାଗୁଡ଼ିକ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର