ପୁଷ୍ପଲତା ଗରାବଡ଼ୁ ମାଷ୍ଟର୍ସ କ୍ରିକେଟ୍‌: ଜୁଭେନାଇଲ୍‌ ବିଜେତା

ଭୁବନେଶ୍ୱର: ଭୁବନେଶ୍ୱରର ସହିଦ ସ୍ପୋର୍ଟିଂକୁ ପରାସ୍ତ କରି କଟକର ଜୁଭେନାଇଲ୍‌ ସ୍ପୋର୍ଟିଂ ତୃତୀୟ ପୁଷ୍ପଲତା ଗରାବଡ଼ୁ ମାଷ୍ଟର୍ସ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ପୁରୁଣା ଭୁବନେଶ୍ୱରସ୍ଥିତ ଟାଉନ୍‌ କ୍ଲବ୍‌ ଖେଳ ପଡ଼ିଆରେ ଚାଲିଥିବା ଏହି ପ୍ରତିଯୋଗିତାର ରବିବାର ଫାଇନାଲ୍‌ରେ ଜୁଭେନାଇଲ୍‌ ୪୬ ରନ୍‌ରେ ସହିଦ ସ୍ପୋର୍ଟିଂକୁ ପରାସ୍ତ କରିଦେଇଛି।
ଟସ୍‌ ଜିତିି ବ୍ୟାଟିଂ ନେଇଥିବା ଜୁଭେନାଇଲ୍‌ ଦଳ ଦେବାଶିଷ ସାମନ୍ତରାୟଙ୍କ ୩୯, ସୁବାଷ ସିଂ’ଙ୍କ ୩୧ ଓ ନୟନ ମହାନ୍ତିଙ୍କ ୩୧ ରନ୍‌ ବଳରେ ନିର୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୭୬ ରନ୍‌ କରିଥିଲା। ସହିତ ସ୍ପୋର୍ଟିଂ ପକ୍ଷରୁ ସଫଳ ବୋଲର ଭାବେ ଦୀପକ ମହାପାତ୍ର ୨ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ସୌମ୍ୟ ଦାସଙ୍କ ୩୫, ବନ୍ଦନ ମହାନ୍ତିି ଓ ଅବିନାଶ ରଥଙ୍କ ୨୪ ରନ୍‌ ଲେଖାଏଁ ସତ୍ତ୍ୱେ ସହିଦ ସ୍ପୋର୍ଟିଂ ୧୩୦ ରନ୍‌ରେ ଅଟକି ଯାଇଥିଲା। ବିଜୟୀ ଦଳ ପକ୍ଷରୁ ସୁବାଷ ସିଂ ସଫଳ ବୋଲର ଭାବେ ୨ ଓ୍ଵିକେଟ୍‌ ପାଇଥିଲେ। ନିର୍ମଳ ମିଶ୍ର ଓ ତପନ ବେହେରା ମ୍ୟାଚ୍‌ ପରିଚାଳନା କରିଥିଲେ।

ଦେବାଶିଷ ସାମନ୍ତରାୟ ଫାଇନାଲ୍‌ର ଏବଂ ସୁବାଷ ସିଂ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା ବେଳେ ଦେବାଶିଷ ସାମନ୍ତରାୟ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌, ମହମ୍ମଦ ବଦ୍ରୁଦିନ୍‌ ଶ୍ରେଷ୍ଠ ବୋଲର ଏବଂ ପ୍ରସନ୍‌ଜିତ ସେଠୀ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ଗ୍ରହଣ କରିଥିଲେ। ବିଜେତା ଜୁଭେନାଇଲ୍‌ ଟ୍ରଫି ସହ ୧୫,୦୦୦ ଟଙ୍କା ଏବଂ ଉପବିଜେତା ସହିଦ ସ୍ପୋର୍ଟିଂ ଟ୍ରଫି ସହ ୧୧,୦୦୦ ଟଙ୍କାର ପୁରସ୍କାର ରାଶି ପାଇଥିଲା। ଉଦ୍‌ଯାପନୀ ଉତ୍ସବରେ ଆୟୋଜକ କ୍ଲବ୍‌ର ସଭାପତି ସୁରେଶ କୁମାର ରାଉତରାୟ, ସଂପାଦକ କୁମର ବେହେରା, କ୍ରୀଡ଼ା ସଂପାଦକ ମନୋଜ ମହାପାତ୍ର, କ୍ରୀଡ଼ା ସଂଗଠକ ନବରଞ୍ଜନ ପଟ୍ଟନାୟକ, କ୍ୱାଜି ଲେଦର୍ସର ପରିଚାଳନା ନିର୍ଦେଶକ ଅହମ୍ମଦ ଖାନ୍‌, ସରୋଜ ମହାନ୍ତି, ଶ୍ୟାମସୁନ୍ଦର ସାହୁ, ଦାଶରଥୀ ମହାପାତ୍ର, ଶଶୀଶେଖର ଗରାବଡୁ, ଭବାନୀ ଗରାବଡୁ, ଅନନ୍ତ ବାସୁଦେବ ମିଶ୍ର, ନିହାରକାନ୍ତ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସନ୍ଦୀପ ରଥ, ଦିପ୍ତୀ ପଟ୍ଟନାୟକ, ନାରାୟଣ ମହାରଣା, ରଞ୍ଜନ ନାୟକ, ପ୍ରଶାନ୍ତ ମିଶ୍ର ପ୍ରତିଯୋଗିତାର ସଫଳ ରୂପ ଦେବାରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର