ରଣଜୀ ଟ୍ରଫି, ରାଜେଶଙ୍କ ତେଜରେ ଛତିଶଗଡ଼ ଘାଇଲା

ଓଡ଼ିଶା ପାଇଁ ସମସ୍ୟା: ସନ୍ଦୀପଙ୍କ ପାପୁଲି ହାଡ଼ ଭାଙ୍ଗିଲା

କଟକ: ଓଡ଼ିଶାର ଯୁବ ଦ୍ରୁତ ବୋଲର ରାଜେଶ ମହାନ୍ତିଙ୍କ ଘାତକ ବୋଲି˚ରେ ଘାଇଲା ହୋଇଛି ଛତିଶଗଡ଼। ରାୟପୁରର ସହିଦ ବୀର ନାରାୟଣ ସି˚ହ ଆନ୍ତର୍ଜାତିକ ଷ୍ଟାଡିୟମରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ରାଜେଶ ଏକାକି ଘରୋଇ ଦଳର ୬ ଜଣଙ୍କୁ ଆଉଟ କରି ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି। ପ୍ରଥମ ପାଳିରେ ସେ ୧୮ ଓଭର ବୋଲି˚ କରିଥିଲା ବେଳେ ୪୭ ରନ୍‌ ବ୍ୟୟ କରି ୬ ଵିକେଟ ଅକ୍ତିଆର କରିଥିଲେ। ଏଥିପୂର୍ବରୁ ଗତବର୍ଷ ଆସାମ ବିପକ୍ଷରେ ଗୌହାଟୀରେ ଅନୁଷ୍ଠିତ ମ୍ୟାଚ୍‌ରେ ରାଜେଶଙ୍କ ୬/୫୫ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ଉକ୍ତ ମ୍ୟାଚ୍‌ର ପ୍ରଥମ ପାଳିରେ ସେ ୩୧ ରନ୍‌ ବିନିମୟରେ ୫ ଵିକେଟ୍‌ ନେଇଥିଲେ। ଛତିଶଗଡ଼ ବିପକ୍ଷରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଯୋଗୁଁ ଘରୋଇ ଦଳକୁ ଓଡ଼ିଶା ମାତ୍ର ୧୩୪ ରନ୍‌ରେ ସୀମିତ ରଖିପାରିଛି। ସୋମବାର ଷ୍ଟମ୍ପ୍ସ ଅପସାରଣ ବେଳକୁ ଓଡ଼ିଶା ଅସମାପ୍ତ ପ୍ରଥମ ପାଳିରେ ୩ ଵିକେଟ୍‌ ହରାଇ ୪୮ ରନ୍‌ ସ˚ଗ୍ରହ କରିଛି। ଅନୁରାଗ ଷଡ଼ଙ୍ଗୀ ୧୪, ଦେବାଶିଷ ସାମନ୍ତରାୟ ୮ ଓ ଶୁଭ୍ରା˚ଶୁ ସେନାପତି ୧୬ ରନ୍‌ କରି ଆଉଟ୍‌ ହୋଇଥିଲା ବେଳେ ବିପ୍ଲବ ସାମନ୍ତରାୟ (୪*) ଓ ଗୋବିନ୍ଦ ପୋଦ୍ଦାର (୦*) ଅପରାଜିତ ଅଛନ୍ତି।

ରଣଜୀ ଋତୁର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଟସ୍‌ ଜିତି ବୋଲି˚ କରିଥିଲା। ଚତୁର୍ଥ ଓଭରରେ ଓଡ଼ିଶାକୁ ପ୍ରଥମ ସଫଳତା ମିଳିଥିଲା। ପ୍ରାରମ୍ଭିକ ଖେଳାଳି ଅଭନିଶ ସି˚ହ (୦)ଙ୍କୁ ରାଜେଶ ମହାନ୍ତି ପ୍ରଥମ ଶିକାର କରିଥିଲେ। ଏହାପରଠୁ ଧିମା ପଡ଼ିଯାଇଥିବା ଛତିଶଗଡ଼ର ଦ୍ବିତୀୟ ଵିକେଟ୍‌ ନେବାକୁ ଓଡ଼ିଶା ବୋଲଙ୍କୁ ୧୨ ଓଭର ଅପେକ୍ଷା କରିବାକୁ ପଡ଼ିଥିଲା। ଜୀବନଜ୍ୟୋତ ସି˚ହ (୧୨)ଙ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ଆଉଟ୍‌ କରି ଦଳକୁ ଦ୍ବିତୀୟ ସଫଳତା ଦେଇଥିଲେ। ଆଶୁତୋଷ ସି˚ହ (୬), ହରପ୍ରୀତ ସି˚ହ ଭାଟିଆ (୯)ଙ୍କୁ ବସନ୍ତ ମହାନ୍ତି ଆଉଟ୍‌ କରିଥିଲେ। ଏହି ଵିକେଟ୍‌ ପରଠୁ ରାଜେଶ ମହାନ୍ତି ଛତିଶଗଡ଼ର ମେରୁଦଣ୍ତ ଭାଙ୍ଗିବାରେ ଲାଗି ପଡ଼ିଥିଲେ। ଅମନଦୀପ ଖରେ (୨୦), ଶଶାଙ୍କ ସି˚ହ (୮), ମନୋଜ ସି˚ହ (୧), ପୁନୀତ ଦାତ୍ତେ (୫), ବୀରପ୍ରତାପ ସି˚ହ (୧୪)ଙ୍କୁ ଆଉଟ କରି ରାଜେଶ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ଶେଷ ଵିକେଟ୍‌ ଭାବେ ସ˚ଘର୍ଷ କରି ବ୍ୟାଟି˚ କରୁଥିବା ଅଜୟ ମଣ୍ଡଳଙ୍କୁ ୪୭ ରନ୍‌ରେ ବସନ୍ତ ଆଉଟ୍‌ କରିଥିଲେ।
ଛତିଶଗଡ଼କୁ ୧୩୪ରନ୍‌ରେ ରୋକିବା ପରେ ଓଡ଼ିଶାକୁ ମଧ୍ୟ ପ୍ରାରମ୍ଭିକ ଝଟ୍‌କା ଲାଗିଥିଲା। ତେବେ ଏହା ଵିକେଟ୍‌ ରୂପରେ ଆସିନଥିଲା। ପ୍ରାରମ୍ଭିକ ଯୁବ ଖେଳାଳି ସନ୍ଦୀପ ପଟ୍ଟନାୟକ ତାଙ୍କର ସପ୍ତମ ବଲ୍‌ ସାମ୍ନା କରୁଥିବା ବେଳେ ବଲ୍‌ ସିଧା ତାଙ୍କ ଡାହାଣ ହାତରେ ବାଜିଥିଲା। ଯାହାଫଳରେ ତାଙ୍କ ପାପୁଲି ହାଡ଼ରେ ଗୁରୁତର ଆଘାତ ଲାଗିଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ବେଳେ ହାଡ଼ ଭାଙ୍ଗିଯାଇଥିବା ଜଣାପଡିଛି। ଯାହାକି ଦଳକୁ ମଧ୍ୟ ଚିନ୍ତାରେ ପକାଇଛି।
ସ˚କ୍ଷିପ୍ତ ସ୍କୋର: ଛତିଶଗଡ଼ ପ୍ରଥମ ପାଳି: ୫୨.୨ ଓଭରରେ ୧୩୪ (ଅଜୟ ମଣ୍ଡଳ-୪୭, ଅମନଦୀପ ଖରେ-୨୦, ରାଜେଶ ମହାନ୍ତି-୬/୪୭, ବସନ୍ତ ମହାନ୍ତି-୩/୨୪, ସୂର୍ଯ୍ୟକାନ୍ତ ପ୍ରଧାନ-୧/୫୧)। ଓଡ଼ିଶା ପ୍ରଥମ ପାଳି: ୧୯ ଓଭରରେ ୪୮/୩ (ଶୁଭ୍ରା˚ଶୁ ସେନାପତି-୧୬, ଅନୁରାଗ ଷଡ଼ଙ୍ଗୀ ୧୪, ବିପ୍ଲବ ସାମନ୍ତରାୟ-୪*, ପୁନୀତ ଦତ୍ତେ-୨/୫, ପଙ୍କଜ ରାଓ-୧/୨୮)।

ସାପ ପାଇଁ ମ୍ୟାଚ୍‌ ବିଳମ୍ବିତ
ବିଜୟଵାଡା: ପଡ଼ିଆରେ ସାପ ପଶିବା ପରେ ଆନ୍ଧ୍ରପ୍ରଦେଶ-ବିଦର୍ଭ ପ୍ରଥମ ରଣଜୀ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ସୋମବାର ବିଜୟୱାଡାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଆରମ୍ଭରୁ ପଡ଼ିଆ ଭିତରେ ସାପ ବୁଲୁଥିବା ଦେଖିବାକୁ ମିଳିଥିଲା। ସାପକୁ ଦେଖି ଉଭୟ ଦଳର ଖେଳାଳି ପଡ଼ିଆ ଭିତରକୁ ନଯାଇ ଅପେକ୍ଷା କରିଥିଲେ। ଆୟୋଜକ ପଡ଼ିଆ ଭିତରୁ ସାପକୁ ବାହାର କରିବା ପରେ ଖେଳ ଆରମ୍ଭ ହୋଇଥିଲା। ପୂର୍ବରୁ କୁକୁର ଓ ମହୁମାଛି ପାଇଁ ଅନେକ ସମୟରେ ମ୍ୟାଚ୍ ବାଧାପ୍ରାପ୍ତ ହୋଇଛି। ହେଲେ ସାପ ପାଇଁ ଖେଳ ବିଳମ୍ବରେ ଆରମ୍ଭ ହେବା ଏକ ବିରଳ କଥା ନିଶ୍ଚିତ। ୨୦୧୯ ଆଇସିସି ବିଶ୍ବକପ୍‌ରେ ମହୁମାଛିଙ୍କ ପାଇଁ ଦକ୍ଷିଣ ଆଫ୍ରିକା-ଶ୍ରୀଲଙ୍କା ମ୍ୟାଚ୍ କିଛି ସମୟ ଅଟକିଥିଲା। ଅମ୍ପାୟାରଙ୍କ ସମେତ ଉଭୟ ଦଳର ଖେଳାଳି ଜୀବନ ବିକଳରେ ପଡ଼ିଆରେ ଶୋଇ ରହିଥିଲେ। ଦୁଇବର୍ଷ ତଳେ ଦିଲ୍ଲୀ ଓ ଉତ୍ତରପ୍ରଦେଶ ରଣଜୀ ମ୍ୟାଚ୍ ବେଳେ ଗୋଟିଏ କାର୍ ପଡ଼ିଆ ଭିତରେ ପଶିଯିବାରୁ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର