ଦ୍ବିତୀୟ ଦିନିକିଆରେ ଇଂଲଣ୍ଡ ବିଜୟୀ

ଡାମ୍ବୁଲା: ଶ୍ରୀଲଙ୍କା ବିପକ୍ଷ ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ଦିନିକିଆକୁ ଭ୍ରମଣକାରୀ ଇଂଲଣ୍ଡ ଦଳ ୩୧ ରନ୍‌ରେ ଜିତି ନେଇଛି। ଏଥି ସହିତ ଦ୍ରୁତ ବୋଲର ଲସିତ୍‌ ମାଲିଙ୍ଗାଙ୍କ ୫ ୱିକେଟ୍‌ ସଫଳତା ନିସ୍ଫଳ ହୋଇଗଲା। ଟସ୍‌ ହାରି ବ୍ୟାଟିଂ ପାଇଥିବା ଇଂଲଣ୍ଡ ଅଧିନାୟକ ଇୱିନ୍‌ ମୋର୍ଗାନ୍‌ (୯୨) ଓ ଜୋ ରୁଟ୍‌ (୭୧)ଙ୍କ ଅଧର୍ଶତକ ବଳରେ ଇଂଲଣ୍ଡ ନିର୍ଧ‌ାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ କରିଥିଲା ୨୭୮ ରନ୍‌। ମାଲିଙ୍ଗା ୪୪ ରନ୍‌ ୫ ୱିକେଟ୍‌ ଅକ୍ତିଆର କରିଥିଲେ। ଶ୍ରୀଲଙ୍କା ପାଳି ‌େବଳେ ବର୍ଷା ହେବାରୁ ୨୯ ଓଭରରୁ ୧୭୨ ରନ୍‌ର ଆହ୍ବାନ ଦିଆଯାଇଥିଲା। ଯାହାର ଜବାବରେ ଘରୋଇ ଦଳ ୫ ୱିକେଟ୍‌ ବିନିମୟରେ ୧୪୦ ରନ୍‌ କରିବାକୁ ସମର୍ଥ ହୋଇଥିଲା। ଥିସାରା ପେରେରା ୪୪ ଓ ଧନଞ୍ଜୟ ଡି ସିଲ୍‌ଭା ୩୬ ରନ୍‌ରେ ଅପରାଜିତ ରହିଥିଲେ ମଧ୍ୟ ବର୍ଷା ନିୟମ ଅନୁଯାୟୀ ସିଂହଳୀ ଦଳ ବିଜୟଠୁ ୩୨ ରନ୍‌ ଦୂରରେ ଅଟକି ଯାଇଥିଲା। ମୋର୍ଗାନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ପ୍ରଥମ ଦିନିକିଆ ବର୍ଷା ଯୋଗୁଁ ଧୋଇ ଯାଇଥିଲା ବେଳେ ଏବେ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଇଂଲଣ୍ଡ ୧-୦ର ଅଗ୍ରଣୀ ପାଇଯାଇଛି।

ସମ୍ବନ୍ଧିତ ଖବର