ଶ୍ରୀଶଙ୍କରଙ୍କ ଜାତୀୟ କୀର୍ତ୍ତିମାନ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୫୮ତମ ଜାତୀୟ ଓପନ ଦୌଡ଼କୁଦ ପ୍ରତିଯୋଗିତାର ତୃତୀୟ ଦିନରେ କେରଳର ଏମ୍ ଶ୍ରୀଶଙ୍କର ନୂଆ ଜାତୀୟ କୀର୍ତ୍ତିମାନ କରିଛନ୍ତି। ଏହି କ୍ରମରେ ସେ ଅଙ୍କିତ ଶର୍ମାଙ୍କ ନାଁରେ ମିଟ୍ ଓ ଜାତୀୟ କୀର୍ତ୍ତିମାନ ଭାଙ୍ଗି ଦେଇଛନ୍ତି। ଅଙ୍କିତ ୨୦୧୪ରେ ନୂଆଦିଲ୍ଲୀରେ ଆୟୋଜିତ ୫୪ତମ ଜାତୀୟ ଓପନ୍ ଦୌଡ଼କୁଦରେ ୭.୮୭ ମିଟର ଦୂରତାକୁ ଡେଇଁ ନୂଆ ମିଟ୍ ରେକର୍ଡ ସ୍ଥାପନ କରିଥିଲେ। ସେହିଭଳି କାଜାଖସ୍ତାନର ଅଲମାଟିଠାରେ ୮.୧୯ ‌ମିଟର ସଫଳତା ସହ ନୂଆ ଜାତୀୟ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଗୁରୁବାର ଶଙ୍କର ୮.୨୦ ମିଟର ଦୂରତାକୁ ଲମ୍ଫ ମାରି ତାଙ୍କୁ ଟପି ଯାଇଛନ୍ତି। ସର୍ଭିସେସର ଭୋ ଜିନେଶ (୭.୯୫ ମିଟର) ଏହି ଖେଳର ରୌପ୍ୟ ଏବଂ ହରିଆଣାର ସାହିଲ ମହାବଳୀ (୭.୮୧ ମିଟର) କାଂସ୍ୟ ପଦକ ଜିତଥିଲେ। ଜିନେଶ ମଧ୍ୟ ଅଙ୍କିତଙ୍କ ମିଟ୍ ରେକର୍ଡକୁ ଟପିଥିଲେ। ଓଡ଼ିଶାର ଆଶିଷ କୁମାର ପାତ୍ର (୭.୪୨ ମିଟର) ନୈରାଶ୍ୟ ଜନକ ଭା‌େବ ନବମ ସ୍ଥାନ ଅଧିକାର କରିଥିଲେ।

ବିଭିନ୍ନ ଖେଳର ପ୍ରଥମ ୩ ସ୍ଥାନରେ ରହିଥିବା ଖେଳାଳି : ମହିଳା ୨୦ କିଲୋମିଟର ଚାଲିରେ ହରିଆନାର ରବିନା ସ୍ବର୍ଣ୍ଣ, ରେଳବାଇର ପ୍ରିୟଙ୍କା ରୌପ୍ୟ, ଚଣ୍ଡିଗଡ଼ର ବନ୍ଦନ‌ା କାଂସ୍ୟ ଜିତିଥିଲେ। ମହିଳା ଡିସ୍‌କସ୍‌ରେ ରେଳବାଇ ୩ ପଦକ ଜାକ ହା‌େତଇ ନେଇଥିଲା। ପ୍ରଥମ ତିନି ସ୍ଥାନରେ କମଲପ୍ରୀତ କୌର (୫୬.୧୧ ମିଟର) ସ୍ବର୍ଣ୍ଣ, ନବଜୀତ କୌର ଧିଲନ୍‌ (୫୪.୮୪ ମିଟର) ‌େରୗପ୍ୟ ଏବଂ ସନ୍ଦୀପ କୁମାର (୫୩.୯୬ ମିଟର) କାଂସ୍ୟ ପଦକ ପାଇଥିଲେ। ମହିଳା ପୋଲ୍‌ ଭୋଲ୍ଟରେ କର୍ଣ୍ଣାଟକକୁ ୨ ପଦକ ଖ୍ୟାତି ଭାଖରିଆ (ସ୍ବର୍ଣ୍ଣ) ଏବଂ ମାରିଆ ଜାଇସନ୍‌ (କାଂସ୍ୟ) ଦେଇଥିଲେ। ରେଳବାଇର କ୍ରିଷ୍ଣା ରାଚାନ ଏଥିରେ ରୌପ୍ୟ ଜିତିଥିଲେ। ପୁରୁଷ ହାମର ଥ୍ରୋରେ ସର୍ଭିସେସ୍‌ର ତରନବୀର ସିଂହ, ଓଏନ୍‌ଜିସିର ଦାମନୀତ ସିଂହ ଏବଂ ରେଳବାଇର ସୁଖଦେବ ସିଂହ ପ୍ରଥମ ତିନି ସ୍ଥାନରେ ରହି ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ କରାୟତ କରିଥିଲେ। ପୁରୁଷ ୫୦୦୦ ମିଟର ଦୌଡ଼ରେ ଗୁଜରାଟର ମୁରଲୀ କୁମାର ଗବିତ ପ୍ରଥମ, ରେଳବାଇର ଅଭିଷେକ ପାଲ୍‌ ଦ୍ବିତୀୟ ଏବଂ ସର୍ଭିସେସ୍‌ର ମନ୍‌ ସିଂହ ତୃତୀୟ ସ୍ଥାନରେ ରହି ପଦକ ଜିତିଥିଲେ। ମହିଳା ୫,୦୦୦ ମିଟରରେ ରେଳବାଇର ଏଲ୍ ସୂର୍ଯ୍ୟା ସ୍ବର୍ଣ୍ଣ, ପାରୁଲ ଚୌଧୁରୀ ରୌପ୍ୟ ଏବଂ ଏଲଆଇସିର ମୋନିକା ମଥାରେ କାଂସ୍ୟ ପଦକ ଜିତିଥିଲେ। ଓଡ଼ିଶାର ସମସାଦ ବେଗମ ଫାଇନାଲରେ ଅଂଶ ଗ୍ରହଣ କରି ନଥିଲେ। ପୁରୁଷ ସଟପୁଟରେ ସର୍ଭିସେସର ପ୍ରବୀଣ ପ୍ରବୀଣ ସ୍ବର୍ଣ୍ଣ, ପଂଜାବର ଯଶଦୀପ ସିଂହ ରୌପ୍ୟ ଏବଂ ରେଳବାଇର ସୁନୀଲ କୁମାର କାଂସ୍ୟ ପଦକ ପାଇଥିଲେ। ୪ ଗୁଣା ୧୦୦ ମହିଳା ରିଲେରେ ତାମିଲନାଡୁ, ରେଳବାଇ, ମହାରାଷ୍ଟ୍ର ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ଜିତିଥିଲେ। ୪ ଗୁଣା୧୦୦ ପୁରୁଷ ରିଲେରେ ରେଳବାଇ, ପଂଜାବ ଓ ମଣିପୁର ବାଜି ମାରି ନେଇଥିଲେ।

ସମ୍ବନ୍ଧିତ ଖବର