ବିବାଦକୁ ଭୁଲି ଡାଇମଣ୍ଡ୍‌ କପ୍‌ରେ ସ୍ୱର୍ଣ୍ଣ ଜିତିଲେ ସିମେନ୍ୟା

ଦୋହା: ହାଇପର ଆଣ୍ଡ୍ରୋଜେନକୁ ନେଇ ନୂଆ ନିୟମ ଆସିବା ପରେ ଚିନ୍ତିତ ଥିବା ଦକ୍ଷିଣ ଆଫ୍ରିକା ଧାବିକା କାଷ୍ଟର ସିମେନ୍ୟା ଶନିବାର ଡାଇମଣ୍ଡ ଲିଗ୍‌ ପ୍ରତିଯୋଗିତାର ୧୫୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି। ସେ ୩ ମିନିଟ୍‌ ୫୯.୯୨ ସେକେଣ୍ଡ୍‌ ସମୟ ନେଇ ନିଜ ନାମରେ ଥିବା ଜାତୀୟ କୀର୍ତିମାନ (୪.୦୦.୭୧)କୁ ଭାଙ୍ଗିଥିଲେ। ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଏହି କୀର୍ତିମାନ ସହ ସ୍ୱର୍ଣ୍ଣ ମଧ୍ୟ ଜିତିଥିଲେ। ଗତ ମାସ ୨୬ ତାରିଖରେ ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘ (ଆଇଏଏଏଫ୍‌) ମହିଳା ଖେଳାଳିଙ୍କ ଦେହରେ ହାଇପରଆଣ୍ଡ୍ରୋଜେନ ବା ପୁରୁଷ ହର୍ମୋନର ସ୍ତର ଓ ମାତ୍ରା ଥିବା ନେଇ ନୂଆ ନିୟମ ଆଣିଥିଲେ। ଏହି ନିୟମ ଆସନ୍ତା ମାସ ନଭେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହେବ। ଏହାପରେ ସିମେନ୍ୟା ନିଜର ପ୍ରିୟ ଖେଳ ୮୦୦ ଏବଂ ୧୫୦୦ ମିଟର ବର୍ଗରେ ଭାଗ ନେବାରୁ ବଞ୍ଚିତ ହେବେ।

ସମ୍ବନ୍ଧିତ ଖବର