ଜାଡେଜା କ୍ୟାଚ୍‌ ଛାଡ଼ିଦେବା ପରେ ବାହୁବଳୀଙ୍କୁ ମନେ ପକାଇଲେ ଖେଳପ୍ରେମୀ, ଟୁଇଟର୍‌ରେ ଛାଇଲା କୌତୁକିଆ ବ୍ୟଙ୍ଗ

ନୂଆଦିଲ୍ଲୀ: ବର୍ତ୍ତମାନ ଚାଲିଛି ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌) କ୍ରେଜ୍‌। ଖେଳପ୍ରେମୀମାନେ କାମ ସାରି ନିଜର ପ୍ରିୟ ଦଳକୁ ସମର୍ଥନ କରିବା ପାଇଁ ଉଚିତ ସମୟରେ ଟିଭି ସାମ୍ନାରେ ବସିବାକୁ ଆଦୌ ଭୁଲି ନଥାନ୍ତି। ଆପଣ ଜାଣିଥିବେ ନିଶ୍ଚୟ କୋଲକାତାର ଇଡେନ୍‌ ଗାର୍ଡେନରେ ଚେନ୍ନାଇ ସୁପର୍‌କିଙ୍ଗ୍‌ସ(ସିଏସ୍‌କେ) ବିପକ୍ଷରେ ଗତକାଲି  ମ୍ୟାଚ ଖେଳୁଥିଲା କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)। ସିଏସ୍‌କେ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଥିବା ବେଳେ କେକେଆର୍‌ର ଅଧିନାୟକ ହେଉଛନ୍ତି ଦିନେଶ କାର୍ତ୍ତିକ। କାଲି କେକେଆର୍‌ ଦଳର ସୁନୀଲ ନାରେନ୍‌ ଏବଂ ରବିନ ଉତ୍ଥାପା ପିଚ୍‌ରେ ଖେଳୁଥିବା ବେଳେ ଏକ କ୍ୟାଚ୍‌ ଛାଡ଼ି ଦେଇଥିଲେ ରବୀନ୍ଦ୍ର ଜାଡେଜା। ଜାଡେଜାରଙ୍କର ଏହି ବିଫଳତା ଖେଳପ୍ରେମୀମାନଙ୍କୁ ଆଦୌ ପସନ୍ଦ ଆସିନାହିଁ। ଏହାକୁ ନେଇ ଟୁଇଟର୍‌ରେ ଦେଖିବାକୁ ମିଳିଛି ବ୍ୟାଙ୍ଗ୍‌। ସେହି ବ୍ୟାଙ୍ଗାତ୍ମକ ଟୁଇଟ୍‌ଗୁଡ଼ିକ ନିମ୍ନରେ ଉଲ୍ଲେଖ କରାଯାଇଛି।

(ବି.ଦ୍ର: ଏଠାରେ କୌଣସି ବ୍ୟକ୍ତି କିମ୍ବା ଦଳକୁ ଥଟ୍ଟା କରାଯାଉ ନାହିଁ, ଟୁଇଟର୍‌ରେ ବିଭିନ୍ନ ବ୍ୟବହାରକାରୀଙ୍କ ଟୁଇଟ୍‌କୁ କେବଳ ସଂଗ୍ରହ କରାଯାଇଛି)

ସମ୍ବନ୍ଧିତ ଖବର