ଦକ୍ଷିଣ ଏସୀୟ ଓପନ କରାଟେରେ ଓଡ଼ିଶାକୁ ୩ ପଦକ

ଭୁବନେଶ୍ବର: ଭୁଟାନର ଥିମ୍ପୁଠାରେ ଆୟୋଜିତ ଦକ୍ଷିଣ ଏସୀୟ ଓପନ୍ କରାଟେରେ ଓଡ଼ିଶାର ପୂର୍ଣ୍ଣଚନ୍ଦ୍ର ମହାରଣା, ନୃସିଂହ ରାଉତ ଓ ରଂଜିତ ନାୟକ ପଦକ ଜିତିଛନ୍ତି। ପୂର୍ଣ୍ଣଚନ୍ଦ୍ର ଓ ନୃସିଂହ କାଂସ୍ୟ ପାଇଥିଲା ବେଳେ ରଂଜିତ ରୌପ୍ୟ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୭ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ସେମାନେ ହେଲେ ପୂର୍ଣ୍ଣଚନ୍ଦ୍ର ମହାରଣା, ନୃସିଂହ ରାଉତ, ରଂଜିତ ନାୟକ, ଏସକେ ଫରଦିନ, ସାରା ମାଝୀ, ହେମଲତା ମାଝୀ ଓ ରିତୁ ଗିଲ। ଏହି ପ୍ରତିଯୋଗିତା ଥିମ୍ପୁ ଅଡିଟୋରିୟମ୍ ହଲରେ ଚଳିତ ମାସ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର