ରାଜ୍ୟ ଉପକନିଷ୍ଠ ହ୍ୟାଣ୍ଡବଲ୍: ପୁରୀ ବାଳକ, ଭୁବନେଶ୍ବର ବାଳିକା ବିଜେତା

ଭୁବନେଶ୍ବର,ପୁରୀରେ ଆୟୋଜିତ ରାଜ୍ୟ ଉପକନିଷ୍ଠ ହ୍ୟାଣ୍ଡବଲ୍ ପ୍ରତିଯୋଗିତାର ବାଳକରେ ପୁରୀ ଏବଂ ବାଳିକାରେ ଭୁବନେଶ୍ବର ବିଜେତା ହୋଇଛି। ଏହି ଦୁଇ ବର୍ଗରେ ଯାଜପୁର ଓ ଜଗତସିଂହପୁର ଉପବିଜେତା ହୋଇଥିଲେ। ରାଜୁ ଠାକୁର, ଜୀବନଜ୍ୟୋତି ନାୟକ, ରଶ୍ମି ରଂଜନ, ଶିବ ପ୍ରସାଦ ରାୟ, ସୁମିତ ପଣ୍ଡା, ମନୋଜ ସାହୁ ଓ ଯଶୋବନ୍ତ ପରମଗୁରୁ ଖେଳ ପରିଚାଳନା କରିଥିଲେ। ଓଡ଼ିଶା ହ୍ୟାଣ୍ଡବଲ୍ ସଂଘର ସଭାପତି ମକ୍‌ବୁଲ ଅଲ୍ଲୀ, ସଂପାଦକ ବୀରେନ ବେହେରା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ମହେଶ୍ବର ମହାନ୍ତି ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର