ରାଜ୍ୟସ୍ତରୀୟ ଫୁଟ୍‌ବଲ୍‌: ସାର୍ତ୍ତୋଳ ଓ କାଠଯୋଡ଼ି ବିଜୟୀ

କଟକ: କ୍ଲବ୍‌ ଗ୍ୟାଲାକ୍ସି ପକ୍ଷରୁ ପିଏମ୍‌ ଏକାଡେମି ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ଫୁଟ୍‌ବଲ ପ୍ରତିଯୋଗିତାରେ ଶୁକ୍ରବାର ସାର୍ତ୍ତୋଳ ଓ କାଠଯୋଡ଼ି କ୍ଲବ୍‌ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ କାଠଯୋଡ଼ି ୨-୦ ଗୋଲ୍‌ରେ ରାଇଜି˚ ଷ୍ଟାର କ୍ଲବ୍‌କୁ ହରାଇଛି। ମ୍ୟାଚ୍‌ର ୩୫ ଓ ୪୦ ମିନିଟ୍‌ରେ ଏହି ଦୁଇଟି ଗୋଲ୍‌ ହୋଇଥିଲା। ସାର୍ତ୍ତୋଳ ଓ ଇଣ୍ତିପେଣ୍ତେଣ୍ଟ କ୍ଲବ୍‌ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ ନିର୍ଧାରିତ ସମୟସୁଦ୍ଧା ଅମୀମା˚ସିତ ରହିଥିଲା। ଫଳରେ ଟାଇବ୍ରେକରରେ ସାର୍ତ୍ତୋଳ ୪-୩ ଗୋଲ୍‌ରେ ବିଜୟୀ ହୋଇଥିଲା। ମ୍ୟାଚ୍‌ ଦ୍ବୟକୁ ମହମ୍ମଦ ଜହୁର, ଦୈତାରୀ କରୁଆ, ଭୋଳାନାଥ ମହାକୁଳ ପରିଚାଳନା କରିଥିଲେ। ସାଲେପୁର ଓ ମାହାଙ୍ଗା ବିଜେଡି ପର୍ଯ୍ୟବେକ୍ଷକ ମହମ୍ମଦ ସକିଲ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର