ରାଜ୍ୟ ବିଦ୍ୟାଳୟ ଚେସ୍‌: ସାର୍ଥକ ବିଜେତା

କଟକ: ଏସ୍‌ଆର୍‌ ଚେସ୍‌ କେନ୍ଦ୍ର ପକ୍ଷରୁ ରେଳବାଇ ମଣ୍ଡପରେ ଚାଲିଥିବା ରାଜ୍ୟ ବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ରାଉରକେଲା ଡିପିଏସ୍‌ ଛାତ୍ର ସାର୍ଥକ ଦେବତା ଅପରାଜେୟ ସହ ପୂର୍ଣ୍ଣ ୮ ପଏଣ୍ଟ ପାଇ ବିଜେତା ହୋଇଛନ୍ତି। ଶେଷ ରାଉଣ୍ଡରେ ହର୍ଷିତ ରଂଜନ ସାହୁ (୬.୫)ଙ୍କୁ ହରାଇ ସାର୍ଥକ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ଜଗଦୀଶ ବାରିକ, କୌସ୍ତୁଭ ଦାଶ, ରୁଦ୍ର ନାରାୟଣ, ପ୍ରକୃତି ରାଉତ, ଶାସ୍ୱତ ମଲ୍ଲିକ ୭ ପଏଣ୍ଟ ଲେଖାଏଁ ପାଇ ମିଳତି ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏମାନଙ୍କ ପଛକୁ ହର୍ଷିତଙ୍କ ସହ ସୂର୍ଯ୍ୟପ୍ରାଞ୍ଜଳ ଇନ୍ଦ୍ରଜିତ, ସୁହାନା ଜେନା, ଅଭିଜ୍ଞାନ ମହାନ୍ତି, ଅଙ୍କିତା ସାହୁ ସାଢେ ୬ ପଏଣ୍ଟ ଲେଖାଏଁ ପାଇଛନ୍ତି।
ଅନ୍ୟ ବୟସ ବର୍ଗ ମଧ୍ୟରେ ୧୩ ବର୍ଷରୁ କମ୍‌ରେ ଆର୍ଯ୍ୟନ ଅର୍ଣ୍ଣବ ସାମନ୍ତରାୟ, ୧୨ ବର୍ଷରୁ କମ୍‌ରେ ପ୍ରତ୍ୟୁଷ ମହାପାତ୍ର, ୧୧ ବର୍ଷରୁ କମ୍‌ରେ ଓମ୍‌କାର ଆନନ୍ଦ ମିଶ୍ର, ୧୦ ବର୍ଷରୁ କମ୍‌ରେ ସ୍ଥିତପ୍ରଜ୍ଞା ସାହୁ, ୯ ବର୍ଷରୁ କମ୍‌ରେ ବିକାଶ କୁମାର ଲେଙ୍କା, ୮ ବର୍ଷରୁ କମ୍‌ରେ ଶ୍ରୀୟାଂସ ଦେ, ୭ ବର୍ଷରୁ କମ୍‌ରେ ଆୟୁଷମାନ ମହାନ୍ତି, ୬ ବର୍ଷରୁ କମ୍‌ରେ ସ୍ୱସ୍ତିକ ଶୁଭମ୍‌ ପଟ୍ଟନାୟକ, ୫ ବର୍ଷରୁ କମ୍‌ରେ ଆଦିମାନନ୍‌ ନାୟକ ଶୀର୍ଷରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ରେଳବାଇର ଶ୍ରେଷ୍ଠ ଖେଳାଳି ଭାବେ ଆୟୁଷୀ ମହାନ୍ତି, ବ୍ରାଇଟ୍‌ ଫ୍ୟୁଚର ପ୍ଲେ ସ୍କୁଲ୍‌ର ଶ୍ରେଷ୍ଠ ଖେଳାଳି ଭାବେ ରାଜ ଆର୍ଯ୍ୟାନ ମଲ୍ଲିକ ଓ ଆଚିଲ୍ସ ପବ୍ଲିକ୍‌ ସ୍କୁଲ୍‌ର ଶ୍ରେଷ୍ଠ ଖେଳାଳି ଭାବେ ଶ୍ରୀମୟ ରଏଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟମାନଙ୍କ ମଧ୍ୟରେ ସାଇ ଇଣ୍ଟରନ୍ୟାସନାଲ୍‌ ପ୍ରଥମ, ସିଡିଏ ଡିଏଭି ଦ୍ୱିତୀୟ ଓ କଟକ ସେଣ୍ଟ ଜାଭିୟର୍ସ ତୃତୀୟ ହୋଇଥିଲେ। ସେହିପରି ଏକାଡେମିଙ୍କ ମଧ୍ୟରେ ଏସ୍‌ଆର୍‌ ଚେସ୍‌ କେନ୍ଦ୍ର ପ୍ରଥମ, ଆଇଏସ୍‌ ଚେସ୍‌ କେନ୍ଦ୍ର ଦ୍ୱିତୀୟ ଓ କିଙ୍ଗ୍ସ ଚେସ୍‌ ଏକାଡେମି ତୃତୀୟ ସ୍ଥାନରେ ରହିଥିଲେ।
ଉଦ୍‌ଯାପନୀ ଉତ୍ସବରେ ଓଲିଉଡ୍‌ ଅଭିନେତ୍ରୀ ମେଘନା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଏମ୍‌ଆଇଏସ୍‌ର ସହକାରୀ ପ୍ରଫେସର ଦେବସ୍ମିତା ପାଣିଗ୍ରାହୀ, ଓଡ଼ିଶା ଚେସ୍‌ ସଂଘର ଉପ ସଭାପତି ରଂଜନ ମହାନ୍ତି, ରାଜା ନାରାୟଣ ତ୍ରିପାଠୀ, ଏସ୍‌ଆର୍‌ ଚେସ୍‌ କେନ୍ଦ୍ର ନିର୍ଦେଶକ ସତ୍ୟ ରଂଜନ ପଟ୍ଟନାୟକ, କଟକ ଚେସ୍‌ ସଂଘର ଏସ୍‌କେ ବିଶୋଇ ଯୋଗଦେଇଥିଲେ। ପ୍ରତିଯୋଗିତାକୁ ଆନ୍ତର୍ଜାତିକ ଆର୍ବିଟର ନିହାର ରଂଜନ ସାସ୍‌ମଲ ଓ ତାପସ ମହାନ୍ତି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର