କାଉଣ୍ଟରରେ ଟିକେଟ୍‌ ବିକ୍ରି

ରବିବାରର ଆଇଏସଏଲ୍‌ ମ୍ୟାଚ୍‌ ଲାଗି ମଙ୍ଗଳବାରଠାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ କରାଯାଇଛି। ଟିକେଟ ବିକ୍ରି ଦାୟିତ୍ୱରେ ଥିବା ସଂସ୍ଥା ‘କ୍ୟାଜୁଙ୍ଗା’ ପକ୍ଷରୁ ଷ୍ଟାଡିୟମର ତିନି ନମ୍ବର ଗେଟ ପାଖରେ ଏଥିଲାଗି କାଉଣ୍ଟର ଖୋଲା ଯାଇଛି। ପ୍ରଥମ ଦିନରେ ୨୦୦ରୁ ଅଧିକ ଟିକେଟ୍‌ ବିକ୍ରି ହୋଇଥିବା ଜଣା ପଡ଼ିଛି। ପୂର୍ବରୁ ଏହି ମ୍ୟାଚ୍‌ ଟିକେଟ କେବଳ ଅନଲାଇନରେ ମିଳୁଥିଲା। ତେବେ ଦର୍ଶକଙ୍କ ସୁବିଧା ଲାଗି କାଉଣ୍ଟରରେ ଟିକେଟ୍‌ ବିକ୍ରି କରିବାକୁ ସଂସ୍ଥା ନିଷ୍ପତ୍ତି ନେଇଛି। ଟିକେଟ୍‌ ଥିବା ପର୍ଯ୍ୟନ୍ତ ଏହି କାଉଣ୍ଟରରେ ବିକ୍ରି ଜାରି ରହିବ। ୫୦, ୧୫୦ ଏବଂ ୨୪୦ ଟଙ୍କା ଏଭଳି ତିନିଟି ବର୍ଗରେ ଟିକେଟ୍‌ ବିକ୍ରି ହେଉଛି। ନୂଆ ଟିକେଟ୍‌ ସହ ଅନ୍‌ଲାଇନ୍‌ରେ ବୁକିଂ କରିଥିବା ଫୁଟବଲ୍‌ ପ୍ରେମୀ ମଧ୍ୟ ପ୍ରିଣ୍ଟଆଉଟ୍‌ ଓ ପରିଚୟ ପ୍ରମାଣପତ୍ର ଦେଖାଇ କାଉଣ୍ଟରରୁ ବୈଧ ଟିକେଟ ନେଇ ପାରିବେ ବୋଲି କ୍ୟାଜୁଙ୍ଗା ସଂସ୍ଥାର ଜଣେ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ ଯେ କଳିଙ୍ଗ ଷ୍ଟାଡିୟମରେ ପ୍ରାୟ ୧୨୦୦୦ ଦର୍ଶକ ବସିବାର କ୍ଷମତା ରହିଛି। ତେବେ ସାଧାରଣ ଦର୍ଶକଙ୍କ ପାଇଁ କେତେ ଟିକେଟ ବିକ୍ରି ହେବା ତାହା ସଂସ୍ଥା କିମ୍ବା ଆୟୋଜକ ପ୍ରକାଶ କରି ନାହିଁ। ତେବେ ୫୦ ଟଙ୍କିଆ ଟିକେଟର ଅଧିକ ଚାହିଦା ଥିଲା ବେଳେ ଏହି ଟିକେଟ୍‌ ମଙ୍ଗଳବାର ସୁଦ୍ଧା ଅନ୍‌ଲାଇନ୍‌ରେ ବି ଶେଷ ହୋଇ ଯାଇଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର