ୟୁନିଅନ୍‌ ସ୍ପୋର୍ଟି˚କୁ ସୁମିତ ବୋଷ ଟ୍ରଫି: ଯଜ୍ଞଜିତ ପ୍ରତିଯୋଗିତାର ଶ୍ରେଷ୍ଠ, ସାଇଦୀପ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌

କଟକ: ୟୁନିଅନ୍‌ ସ୍ପୋର୍ଟି˚ କ୍ଲବ୍‌ ସୁମିତ ବୋଷ ସ୍ମାରକୀ ଅନ୍ତଃକ୍ଲବ୍‌ କ୍ରିକେଟ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ଏସ୍‌ସିବି ମେଡିକାଲ୍‌ ପଡ଼ିଆରେ ଅନୁଷ୍ଠିତ ଫାଇନାଲ୍‌ରେ ୟୁନିଅନ୍‌ ସ୍ପୋର୍ଟି˚ ୬୮ ରନ୍‌ରେ ଜୁଭେନାଇଲ୍‌କୁ ହରାଇଥିଲା। ଟସ୍‌ ଜିତି ବ୍ୟାଟି˚ ନେଇଥିବା ୟୁନିଅନ୍‌ ସ୍ପୋର୍ଟି˚ ୪୦ ଓଭରରେ ୯ ଵିକେଟ ହରାଇ ୧୮୧ ରନ୍‌ କରିଥିଲା। ଚିତ୍ତର˚ଜନ ବେହେରା ୪୪, ନିତୀଶ ମୁଦୁଲି ୩୭, ଦୀପକ ର˚ଜନ ନାୟକ ୨୫* ରନ୍‌ କରିଥିଲେ। ଜୁଭେନାଇଲ୍‌ ପକ୍ଷରୁ ସାଇଦୀପ ମହାପାତ୍ର ୩, ସୌରଭ ସ୍ବାଇଁ ୩, ବିଏଲ୍‌ଏସ୍‌ ବଜରଙ୍ଗୀ ୨ ଵିକେଟ ନେଇଥିଲେ। ଜବାବରେ ଜୁଭେନାଇଲ୍‌ ୩୧.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୧୩ ରନ୍‌ କରିପାରିଥିଲା। ସାଇଦୀପ ୩୭ ଓ ସୋହେଲ ଖାନ୍‌ ୧୭ ରନ୍‌ କରିଥିଲେ। ବିଜୟୀ ଦଳ ପାଇଁ ବିମଳ ଦାସ ୬, ଯଜ୍ଞଜିତ ସାହୁ ୨, ନିତୀଶ ମୁଦୁଲି ୨ ଵିକେଟ ନେଇଥିଲେ। ଫାଇନାଲ୍‌ ମ୍ୟାଚ୍‌କୁ ସୌମେନ୍ଦ୍ର ପାତ୍ର, ସତ୍ୟଜିତ ଦାସ, ବିଶ୍ବର˚ଜନ ଦାସ ପରିଚାଳନା କରିଥିଲେ।

ଉଦ୍‌ଯାପନୀ ସମାରୋହରେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଯଜ୍ଞଜିତ ସାହୁ ଓ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିମଳ ଦାସଙ୍କୁ ପୁରସ୍କୃତ କରାଯାଇଥିଲା। ଏମାନଙ୍କ ବ୍ୟତୀତ ସାଇଦୀପ ମହାପାତ୍ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ବିମଳ ଦାସ ଶ୍ରେଷ୍ଠ ବୋଲର, ସମ୍ବିତ କୁମାର ସାହୁ ଶ୍ରେଷ୍ଠ ଵିକେଟ୍‌ରକ୍ଷକ, କେ କିରଣ କୁମାର ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଭାବେ ପୁରସ୍କାର ପାଇଥିଲେ। ପୁରସ୍କାର ପ୍ରଦାନ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିସିସିଆଇ ମ୍ୟାଚ୍‌ ରେଫରି ତଥା ଆନ୍ତର୍ଜାତିକ କ୍ରିକେଟର୍‌ ସ˚ଜୟ ରାଉଳ, ବିଶ୍ବଭାରତୀ କ୍ଲବ୍‌ ସମ୍ପାଦକ ସୌମିତ୍ର ଚୌଧୁରୀ, ସଭାପତି ବିଶ୍ବଜିତ ମହାନ୍ତି, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ମହାନ୍ତି, ଏସ୍‌ସିବି ମେଡିକାଲ୍‌ କଲେଜର କ୍ରୀଡ଼ା ଅଧିକାରୀ ତାରିଣୀ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ଦାସ, ଅକ୍ଷୟ କାନୁନ୍‌ଗୋ, ନୃସି˚ହନାଥ ଚୌଧୁରୀ, ସୁଚିତ୍ର ମୋହନ ମହାନ୍ତି, ଏନ୍‌ ଶ୍ରୀନିବାସ, ରଶ୍ମୀର˚ଜନ ଦାସ, ହୃଷିକେଶ ବଙ୍ଗାରୀ, ପ୍ରଦୀପ ଦାସ, ପ୍ରଶାନ୍ତ ସାହୁ, ସୁଦର୍ଶନ ଦାସ, ରଶ୍ମୀର˚ଜନ ରାଉତ, ପାର୍ଥ ସାମଲ, ସାନୁଜିତ ସାମଲ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର