ବିରାଟଙ୍କୁ ମହଙ୍ଗା ପଡ଼ିଲା ଆତ୍ମପ୍ରଶଂସା; ବଡ଼ିମା ଦେଖାଇ ହେଲେ ଟ୍ରୋଲ୍‌ର ଶିକାର

ନୂଆଦିଲ୍ଲୀ: ଏବେ ଟିମ୍‌ ଇଣ୍ଡିଆ ଟେଷ୍ଟ୍‍ ସିରିଜ୍‌ ଖେଳିବା ପାଇଁ ଅଷ୍ଟ୍ରେଲିଆରେ ଅଛି। ମ୍ୟାଚ୍‌ ଆରମ୍ଭ ହୋଇନଥିଲେି ଅଷ୍ଟ୍ରେଲିଆ ସହ ଅଭ୍ୟାସ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ତେବେ ମଜା କଥା ହେଉଛି, ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପଡ଼ିଆ ଭିତରେ ଯେତିକି ଚର୍ଚ୍ଚାରେ ରହିଥାନ୍ତି, ତାଠାରୁ ବେଶି ଚର୍ଚ୍ଚାରେ ରହିଥାନ୍ତି ପଡ଼ିଆ ବାହାରେ। ଅନେକ ସମୟରେ ସେ ସୋସିଆଲ୍‌ ମିଡିଆରେ ଦେଉଥିବା ପୋଷ୍ଟ୍‍ ହେତୁ ପ୍ରଶଂସକଙ୍କ ନିକଟତର ହୋଇଥାନ୍ତି। ଏଥର ବି ସେ ସେମିତି ଏକ ପୋଷ୍ଟ୍‍ କରିଛନ୍ତି। ମାତ୍ର ଏଥର ପୋଷ୍ଟ୍‍ରେ ସେ ପ୍ରଶଂସକଙ୍କର ନୁହଁନ୍ତି ବରଂ ସମାଲୋଚକଙ୍କ ଦୃଷ୍ଟିରେ ପଡ଼ିଛନ୍ତି।

ଅଭ୍ୟାସ ମ୍ୟାଚ୍‌ ସମୟରେ ବିରାଟ ଏକ ସୁନ୍ଦର ବୋଲିଂ କରିଥିଲେ। ଏହାକୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ଫେସ୍‌ବୁକ୍‌ରେ ପୋଷ୍ଟ୍‍ କରାଯାଇଥିଲା। ବିରାଟ ନିଜ ଫେସ୍‌ବୁକ୍‌ ଆକାଉଣ୍ଟ୍‌ାରେ ପୋଷ୍ଟ୍‍ଟିକୁ ସେୟାର୍‌ କରି ଲେଖିଥିଲେ ଯେ, ‘ଏମିତି କ’ଣ ଅଛି ଯାହା ଜଣେ ଅଧିନାୟକ କରିପାରିବ ନାହିଁ?’ ବିରାଟ ନିଜର ଏହି ଆତ୍ମପ୍ରଶଂସା ପାଇଁ ଟ୍ରୋଲ୍‌ ହୋଇଛନ୍ତି।

ସମାଲୋଚକମାନେ ତାଙ୍କୁ ପରିହାସ କରି କହିଛନ୍ତି ଯେ ଜଣେ ଅଧିନାୟକ ହିସାବରେ ବଡ଼ ବଡ଼ ମ୍ୟାଚ୍‌ ହାରିଯାଆନ୍ତୁ ପଛେ ଥରେ ବୋଲିଂ କରି ଦେଇ କ୍ୟାପ୍‌ଟେନ ପଣିଆ ଜାହିର କରନ୍ତୁ। ଆହୁରି କେହି କେହି ବିରାଟ ଆଇପିଏଲ୍‌ ଖେଳ ବେଳେ ଏକଦମ ମାମୁଲି ଖେଲାଳି ପାଲଟି ଯାଆନ୍ତି।

ସମ୍ବନ୍ଧିତ ଖବର