ବିଶ୍ୱପ୍ରସିଦ୍ଧଙ୍କ ବିଶ୍ୱକପ୍‌ ଅବସୋସ

ଏମିତି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବିଶ୍ୱ ପ୍ରସିଦ୍ଧ ହେଲେ ବିଶ୍ୱ ବିଜୟୀ ନୁହଁ। ଫୁଟ୍‌ବଲ୍‌ ଜଗତର ମହାନ ଖେଳାଳି ବୋଲାଉଥିଲେ ମଧ୍ୟ ସେମାନେ କେବେବି ବିଶ୍ୱକପ୍‌ ଜିତିବାର ସୌଭାଗ୍ୟ ପାଇ ନାହାନ୍ତି। କେବେ କେବେ ଭାଗ୍ୟ ସେମାନଙ୍କ ସାଥ୍‌ ଦେଇ ନଥିଲା ବେଳେ ଅନେକ ସମୟରେ ନିଜ ଦଳର ଅସହଯୋଗ ପାଇଁ ଏହି ଖେଳାଳିମାନେ ବିଶ୍ୱକପ୍‌ ତୋଳି ଧରି ପାରି ନାହାନ୍ତି। ବିଶ୍ୱକପ୍‌ ଜିତିବା ସବୁଦିନ ପାଇଁ ସେମାନଙ୍କ ଅବସୋସ ହୋଇ ରହି ଯାଇଛି। ଏହି ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି ଜର୍ମାନି ଗୋଲ୍‌ ରକ୍ଷକ ଅଲିଭର କାନ୍‌, ଇଂଲଣ୍ଡର ରିଆନ୍‌ ଗିଗ୍ସ, ପର୍ତୁଗାଲର ୟୁସେବିଓ, ନେଦରଲାଣ୍ଡର ଜୋହାନ କ୍ରିଫ୍‌, ପର୍ତୁଗାଲର ଲୁଇସ୍‌ ଫିଗୋ, ଆର୍ଜେଣ୍ଟିନା ଓ ସ୍ପେନର ଆଲଫ୍ରେଡୋ ଡି ଷ୍ଟିଫାନୋ, ଇଂଲଣ୍ଡର ପଲ୍‌ ସ୍କୋଲେସ୍‌, ନେଦରଲାଣ୍ଡର ରବିନ ଭାନ୍‌ ପର୍ସି, ଆରେନ୍‌ ରୋବେନ ପ୍ରମୁଖ। ସାଂପ୍ରତିକ ଫୁଟବଲର ଦୁଇ ମହାନ ତାରକା କ୍ରିଷ୍ଟିଆନୋ ରୋନାଲଡୋ ଏବଂ ଲିଓନେଲ ମେସି ମଧ୍ୟ କେବେବି ବିଶ୍ୱକପ୍‌ ଜିତି ନାହାନ୍ତି। ୨୦୧୮ ମସ୍କୋ ବିଶ୍ୱକପ୍‌ ସମ୍ଭବତଃ ଏହି ଦୁଇ ଚର୍ଚିତ ଖେଳାଳିଙ୍କ ପାଇଁ ବିଶ୍ୱକପ୍‌ ଜିତିବାର ଶେଷ ସୁଯୋଗ ହେବାକୁ ଯାଉଛି।

ଅଲିଭର କାନ୍‌: ଜର୍ମାନି
ବାଲନ ଡି’ଓର ପୁରସ୍କାର ଜିତିବାରେ ପ୍ରଥମ ଗୋଲ୍‌ ରକ୍ଷକ।
ସୁନା ଜୋତା ଜିତିବାରେ ବିଶ୍ୱର ଏକମାତ୍ର ଗୋଲ୍‌ ରକ୍ଷକ
ଅନ୍ତର୍ଜାତୀୟ ମ୍ୟାଚ୍‌: ୮୬, କ୍ଲବ୍‌ ମ୍ୟାଚ୍‌: ୬୩୦
ବିଶ୍ୱକପ୍‌ ବିଜୟ: ୦, ଶ୍ରେଷ୍ଠ ପ୍ରଦର୍ଶନ ଫାଇନାଲ୍‌

ରିଆନ ଗିଗ୍ସ: େଓ୍ଵଲ୍ସ
ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରେ ୧୬ ବର୍ଷର ଅଭିଜ୍ଞତା
ଇଂଲସ୍‌ ପ୍ରିମିୟର ଲିଗ୍‌ ବିଜୟ ୧୩, ଏଫ୍‌ଏ କପ୍‌ ୪
ଅନ୍ତର୍ଜାତୀୟ ମ୍ୟାଚ୍‌: ୬୮, କ୍ଲବ୍‌ ମ୍ୟାଚ୍‌: ୬୭୨
ବିଶ୍ୱକପ୍‌ ବିଜୟ: ୦, କେବେବି ବିଶ୍ୱକପ୍‌ ଖେଳି ନାହାନ୍ତି

ଲୁଇସ୍‌ ଫିଗୋ: ପର୍ତୁଗାଲ
ବାଲାନ ଡି’ଓର, ଫିଫା ବର୍ଷର
ଶ୍ରେଷ୍ଠ ଖେଳାଳି ବିଜେତା।
ଲା ଲିଗା ଟ୍ରଫି ୪, ୟୁଫା ସୁପରକପ୍‌ ୨
ଅନ୍ତର୍ଜାତୀୟ ମ୍ୟାଚ୍‌: ୧୨୭, କ୍ଲବ୍‌ ମ୍ୟାଚ୍‌: ୫୭୭
ବିଶ୍ୱକପ୍‌ ପଦାର୍ପଣ ୨, ବିଶ୍ୱକପ୍‌ ବିଜୟ: ୦

ଆଲଫ୍ରୋଡୋ ଡି ଷ୍ଟିଫାନୋ: ସ୍ପେନ୍‌/ ଆର୍ଜେଣ୍ଟିନା, କଲମ୍ବିଆ
ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରେ ତିନିଟି ଦେଶର ପ୍ରତିନିଧିତ୍ୱ।
ଅନ୍ତର୍ଜାତୀୟ ମ୍ୟାଚ୍‌: ୪୬, କ୍ଲବ୍‌ ମ୍ୟାଚ୍‌: ୫୨୧
ବିଶ୍ୱକପ୍‌ ବିଜୟ: ୦, କେବେବି ବିଶ୍ୱକପ୍‌ ଖେଳି ନାହାନ୍ତି

ପଲ ସ୍କୋଲେସ୍‌: ଇଂଲଣ୍ଡ
ଡେଭିଡ୍‌ ବେକହାମଙ୍କ ସମସାମୟିକ
ଅନ୍ତର୍ଜାତୀୟ ମ୍ୟାଚ୍‌: ୬୬, କ୍ଲବ୍‌ ମ୍ୟାଚ୍‌: ୪୯୯
ବିଶ୍ୱକପ୍‌ ବିଜୟ: ୦, ଶ୍ରେଷ୍ଠ ପ୍ରଦର୍ଶନ: କ୍ୱାର୍ଟର ଫାଇନାଲ୍‌

ରବିନ ଭାନ୍‌ ପର୍ସି: ନେଦରଲାଣ୍ଡ
ବିଶ୍ୱକପ୍‌ ପଦାର୍ପଣ: ୩, ବିଶ୍ୱକପ୍‌ ବିଜୟ: ୦
ଅନ୍ତର୍ଜାତୀୟ ୧୦୨: କ୍ଲବ୍‌ ମ୍ୟାଚ୍‌: ୪୧୦

ଆରେନ୍‌ ରୁବେନ: ନେଦରଲାଣ୍ଡ
ଅନ୍ତର୍ଜାତୀୟ ମ୍ୟାଚ୍‌: ୯୬, କ୍ଲବ୍‌ ମ୍ୟାଚ୍‌: ୪୦୮
ବିଶ୍ୱକପ୍‌ ପଦାର୍ପଣ: ୩, ବିଶ୍ୱକପ୍‌ ବିଜୟ: ୦

ଡେଭିଡ୍‌ ବେକହାମ: ଇଂଲଣ୍ଡ
୨୦ ବର୍ଷର ଅନ୍ତର୍ଜାତୀୟ ଖେଳ ଜୀବନ
ଚାରିଟି ଦେଶରେ ଲିଗ୍‌ ଟ୍ରଫି ଜିତିବାରେ ଇଂଲଣ୍ଡର ପ୍ରଥମ ଖେଳାଳି
ପ୍ରିମିୟର ଲିଗ୍‌ ଟ୍ରଫି ୬, ଏଫଏ କପ୍‌ ୨, ୟୁଫା କପ୍‌ ୧
ଅନ୍ତର୍ଜାତୀୟ ମ୍ୟାଚ୍‌: ୧୧୫, କ୍ଲବ୍‌ ମ୍ୟାଚ୍‌ ୫୨୩

କ୍ରିଷ୍ଟିଆନୋ ରୋନାଲଡୋ: ପର୍ତୁଗାଲ
ବାଲାନ ଡି’ଓଭର ପୁରସ୍କାର: ୫
ଲା’ଲିଗା ଟ୍ରଫି ୨, ୫ ଚାମ୍ପିଅନ୍ସ ଲିଗ୍‌ ଟ୍ରଫି
ଅନ୍ତର୍ଜାତୀୟ ମ୍ୟାଚ୍‌ ୧୫୦, କ୍ଲବ୍‌ ମ୍ୟାଚ୍‌ ୫୧୫

ଲିଓନେଲ୍‌ ମେସି
ବଲାନ ଡି’ଓର ପୁରସ୍କାର:୫, ଚାମ୍ପିଅନ୍ସ ଲିଗ୍‌ ଟ୍ରଫି ୪
ଲା ଲିଗା ଟ୍ରଫି: ୮, ଶ୍ରେଷ୍ଠ ବିଶ୍ୱକପ୍‌ ପ୍ରଦର୍ଶନ: ଫାଇନାଲ
ଅନ୍ତର୍ଜାତୀୟ ମ୍ୟାଚ୍‌: ୧୨୪, କ୍ଲବ୍‌ ମ୍ୟାଚ୍‌ ୪୫୦

ସମ୍ବନ୍ଧିତ ଖବର