ବିଶ୍ୱ ହ୍ଵିଲ୍‌ଚେୟାର୍‌ ଫେନ୍‌ସିଂ ଯିବେ ରାଖାଲ ଓ ରମେଶ

ଭୁବନେଶ୍ୱର: ହରିଆନାର କର୍ନଲରେ ଅକ୍ଟୋବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଜାତୀୟ ହ୍ଵିଲ୍‌ଚେୟାର ଫେନସିଂ ପ୍ରତିଯୋଗିତା ହେବ। ଏଥିରେ ଓଡ଼ିଶାରୁ ରାଖାଲ କୁମାର ସେଠୀ, ଭି ରମେଶ ରାଓ, ପ୍ରଭାକର ବେହେରା, ଦେବମୃତ ସାହୁ, ଅକ୍ଷର କୁମାର ସାହୁ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ, ମାଳତି ପନୌରେ ପ୍ରତିନିଧିତ୍ୱ କରିବେ। ଏହା ପରେ ଡିସେମ୍ବର ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଇଟାଲିର ରୋମ୍‌ରେ ହେବାକୁ ଥିବା ବିଶ୍ୱ ହ୍ଵିଲ୍‌ଚେୟାର୍‌ ଫେନ୍‌ସିଂରେ ରାଖାଲ ସେଠୀ ଏବଂ ଭି ରମେଶ ରାଓ ଭାରତର ପ୍ରତିନିଧିତ୍ୱ କରିବେ। ଏ ସମସ୍ତଙ୍କୁ ତାଲିମ ଦେବା ପାଇଁ ଇଂଲଣ୍ଡରୁ ସହୋତା ବଲଦୀପ ସିଂହ ପ୍ରଶିକ୍ଷଣ ଦେବା ପାଇଁ ଆସିଛନ୍ତି।

ସମ୍ବନ୍ଧିତ ଖବର