ଜେଡ୍‌ସିଏରେ ୪ ଓଡ଼ିଆ

ଭୁବନେଶ୍ୱର: ବିସିସିଆଇ ପରିଚାଳିତ ପୂର୍ବାଞ୍ଚଳ ଜୋନାଲ୍‌ କ୍ରିକେଟ୍‌ ଏକାଡେମିରେ ପ୍ରଶିକ୍ଷଣ ନେବା ଲାଗି ଓଡ଼ିଶାର ୪ ଜଣ ଯୁବ କ୍ରିକେଟରଙ୍କୁ ସୁଯୋଗ ମିଳିଛି। ସେମାନେ ହେଲେ ସୂର୍ଯ୍ୟ ମହାପାତ୍ର, ସୁଶୀଲ ବାରିକ, ବିକାଶ ନାୟକ ଏବଂ ସୁରଜ ବେହେରା। ୧୬ ବର୍ଷରୁ କମ୍‌ ବୟସ ବର୍ଗର ଏହି ଖେଳାଳିଙ୍କୁ ଉଚ୍ଚତର ତାଲିମ ପ୍ରଦାନ କରାଯିବ। ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବା ପରେ ଏମାନଙ୍କ ଉପରେ ପୂର୍ବାଞ୍ଚଳ ଚୟନକର୍ତାମାନେ ନଜର ରଖିଥିଲେ। ମୋଟ ୨୫ ଜଣିଆ ଦଳରେ ଝାଡ଼ଖଣ୍ଡରୁ ସର୍ବାଧିକ ୮ ଜଣ ସ୍ଥାନ ପାଇଛନ୍ତି। ଓଡ଼ିଶାର ବିନାୟକ ମହାନ୍ତିଙ୍କୁ ମଧ୍ୟ ଷ୍ଟାଣ୍ଡବାଇ ତାଲିକାରେ ରଖାଯାଇଛି।

ସମ୍ବନ୍ଧିତ ଖବର