ମହାନଦୀ ଟ୍ରିବ୍ୟୁନାଲ ପାଇଁ ଆଜି ୩ ଘଣ୍ଟିଆ ରେଳରୋକ

ଭୁବନେଶ୍ୱର : ମହାନଦୀ ଟ୍ରିବ୍ୟୁନାଲ ଗଠନ ନେଇ କେନ୍ଦ୍ର ମନା କରିଦେବା ପରେ ଏହାର ପ୍ରତିବାଦରେ ଶୁକ୍ରବାର ତିନି ଘଣ୍ଟା ପାଇଁ ମାଲବାହୀ ଟ୍ରେନ୍‌ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି ୧୩ଟି ରାଜନୈତିକ ଦଳକୁ ନେଇ ବସିଥିବା ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମାଲବାହୀ ଟ୍ରେନ୍‌ ଚଳାଚଳ ବନ୍ଦ କରାଯିବ। ଓଡ଼ିଶାରୁ କୋଇଲା, ଲୁହାପଥର, ମାଙ୍ଗାନିଜ୍‌ ଆଦି ଖଣିଜ ଦ୍ରବ୍ୟ ନେଇ ବାହାର ରାଜ୍ୟକୁ ଯାଉଥିବା ଟ୍ରେନ୍‌ଗୁଡ଼ିକୁ ଅଟକାଇବାକୁ ନିଷ୍ପତ୍ତି ହୋଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ କୁହାଯାଇଛି ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଏହି ମାଲବାହୀ ଟ୍ରେନ୍‌ ବନ୍ଦ ଡାକରା ଦିଆଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଲୋକ ସାମିଲ୍‌ ହୋଇ ସେମାନଙ୍କ ଅଞ୍ଚଳରେ ସର୍ବନିମ୍ନ ଦୁଇ ଘଣ୍ଟା ପାଇଁ ମାଲବାହୀ ଟ୍ରେନ୍‌ ବନ୍ଦ କରନ୍ତୁ।

ସମ୍ବନ୍ଧିତ ଖବର