କଟକ : ଜବାହାର ଲାଲ୍ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ୩ୟ ସର୍ବଭାରତୀୟ ପୁଲିସ୍ ଜୁଡୋ କ୍ଲଷ୍ଟର ଚାମ୍ପିଅନସିପ୍ର ଶୁକ୍ରବାର ଦ୍ବିତୀୟ ଦିନରେ ଜିମ୍ନାଷ୍ଟିକ୍(ପୁରୁଷ ବର୍ଗ)ର ୬ଟି ବିଭାଗର ଚୂଡାନ୍ତ ପ୍ରତିଯୋଗିତା ହୋଇଛି। ପୁୁରୁଷ ଫ୍ଲୋରରେ ସିଆଇଏସ୍ଏଫ୍ ଅଞ୍ଜୁ ରଥୀ ପ୍ରଥମ, ଓଡ଼ିଶା ପୁଲିସ୍ର ଉମାକାନ୍ତ ଓଝା ଦ୍ବିତୀୟ ହୋଇଥିବା ବେଳେ ଏସ୍ଏସ୍ବିର କପିଲ, ଉତ୍ତରପ୍ରଦେଶ ପୁଲିସ୍ର ପ୍ରଭାସ ଶ୍ରୀବାସ୍ତବ, ଏସ୍ଏସ୍ବିର ଅଙ୍କିତ କୁମାର ଯୁଗ୍ମ ତୃତୀୟ ବିଜେତା ହୋଇଥିଲେ। ପୁରୁଷ ପୋମେଲ ହର୍ସ ଚୁଡାନ୍ତରେ ଉତ୍ତରାଖଣ୍ତର କ୍ରିପାଲ୍ ସି˚ହ ପ୍ରଥମ, ପୁରୁଷ ରିଙ୍ଗସ୍ରେ ବିଏସ୍ଫ୍ର ଅନନ୍ଦ ସି˚ହ ବିଷ୍ଟ୍ ପ୍ରଥମ, ପୁରୁଷ ଭୋଲ୍ଟ୍ରେ ଏସ୍ଏସ୍ବିର କୁଲ୍ଦୀପ ସି˚ହ ପ୍ରଥମ, ପୁରୁଷ ପାରାଲାଲ୍ ବାର୍ସରେ ଓଡ଼ିଶା ପୁଲିସ୍ର ସୀତିକାନ୍ତ ଓଝା ପ୍ରଥମ ହୋଇଥିବା ବେଳେ ପୁରୁଷ ହରାଇଜୋଣ୍ଟାଲ୍ ବାର୍ରେ ପଞ୍ଜାବ ପୁଲିସ୍ର ବିକ୍ରମ୍ ମନ୍ରୋ ପ୍ରଥମ, ସିଆଇଏସ୍ଏଫ୍ର ସୁରେନ୍ଦ୍ର ଶର୍ମା ଦ୍ବିତୀୟ, ସିଆର୍ପିଏଫ୍ର ରାଷ୍ଟ୍ର କୁମାର, ମନ୍ପ୍ରିତ୍ ସି˚ହ ଓ ଆଇଟିବିପିର ଵାଇ. ଏବୋମ୍ଚା ମିଳିତ ତୃତୀୟ ହେବାର ଗୌରବ ଅର୍ଜନ କରିଛନ୍ତି। ରାଜ୍ୟ ପୁଲିସ୍ର ଅତିରିକ୍ତ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧୢକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଲ୍କୋ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ତପନ କୁମାର ଚାନ୍ଦ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।