କଂଗ୍ରେସ ଓ ବିଜେପି ବିରୋଧରେ ବିଜେଡିର ଅଭିଯୋଗ

ପ୍ରତିଶ୍ରୁତି ପତ୍ର ଓ ଗ୍ୟାରେଣ୍ଟି କାର୍ଡ଼ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ: ବିଜେଡି

ଭୁବନେଶ୍ବର : ବିଜେପିର ପ୍ରତିଶ୍ରୁତି ପତ୍ର ଓ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ଼ ସମ୍ପୂର୍ଣ୍ଣଭାବେ ଆଦର୍ଶ ଆଚରଣ ବିଧିର ଉଲଂଘନ। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟନିର୍ବାଚନ ଅଧିକାରୀଙ୍କୁ ବିଜୁ ଜନତା ଦଳ ଫେରାଦ ହୋଇଛି।

ବିଜେଡି ଅଭିଯୋଗ ପତ୍ରରେ ଦର୍ଶାଇଛି, ଓଡ଼ିଶାରେ ବିଜେପି ଓ କଂଗ୍ରେସ କ୍ଷମତାରେ ନଥାଇ କ୍ଷମତାକୁ ଆସିବାର ଦ୍ବାହି ଦେଇ ନିର୍ବାଚନ ସମୟରେ ଲୋକଙ୍କୁ ପ୍ରଲୋଭନ ଦେଖାଇ ବିଜେପି ଭୋଟରଙ୍କଠୁ ଗରିବଙ୍କୁ ପ୍ରତାରିତ କରିବାକୁ ଉଦ୍ୟମ କରୁଛି। ଏଥିପାଇଁ ବିଜେପି ପ୍ରତିଶ୍ରୁତି ପତ୍ର ଫର୍ମ ଗରିବ ଓ ଭୂମିହୀନଙ୍କୁ ବଣ୍ଟନ କରି କ୍ଷମତାକୁ ଆସିଲେ ସେମାନଙ୍କୁ ମାଗଣାରେ ଭୂମି ଓ ବାସଗୃହ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଚାଲିଛି। ସେହିପରି କଂଗ୍ରେସ ମଧ୍ୟ କ୍ଷମତାକୁ ଆସିଲେ ଲୋକଙ୍କ ପାଇଁ କଣ କରିବ ସେଥିପାଇଁ ଗ୍ୟାରେଣ୍ଟି କାର୍ଡ଼ ଫର୍ମ ଜରିଆରେ ମଧ୍ୟ ଜନମତକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛି। କଂଗ୍ରେସ କ୍ଷମତାକୁ ଆସିଲେ ଝିଅ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବାକୁ ଗ୍ୟାରେଣ୍ଟି ଫର୍ମ ଜରିଆରେ ଭୋଟରଙ୍କୁ ପ୍ରଭାବିତ କରୁଛି। ଆଚରଣ ବିଧି ବଳବତ୍ତର ଥିବାବେଳେ ଉଭୟ ଦଳର ଏପରି ପ୍ରତିଶ୍ରୁତି ନିର୍ବାଚନର ନୀତି ନିର୍ଦ୍ଧାରକ ବ୍ୟବସ୍ଥାର ଉଲଂଘନ କରୁଥିବା ନେଇ ବିଜେଡି ଆପତ୍ତି ଉଠାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିବାକୁ ଯାଇଥିବା ବିଜେଡି ପ୍ରତିନିଧି ମଣ୍ଡଳୀରେ ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର, ମୁଖପାତ୍ର ସୁଲୋଚନା ଦାସ, ମୁଖପାତ୍ର ସୁଲତା ଦେଓଙ୍କ ସମେତ ମୁଖପାତ୍ର ଲେନିନ୍ ମହାନ୍ତି ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର