ବଲାଙ୍ଗୀର ବାଇପାସ୍‌ ନିର୍ମାଣକୁ କେନ୍ଦ୍ରର ମଞ୍ଜୁରି

ଧର୍ମେନ୍ଦ୍ରଙ୍କ ପାହ୍ୟା ଜାଣନ୍ତିନି ନୀତିନ!

ଭୁବନେଶ୍ବର : ବଲାଙ୍ଗୀର ବାଇପାସ୍‌ ନିର୍ମାଣକୁ କେନ୍ଦ୍ର ସଡ଼କ ପରିବହନ, ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରି ପ୍ରଦାନ କରାଯାଇଛି। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। ବଲାଙ୍ଗୀର ବାଇପାସ୍ ନିର୍ମାଣ ପାଇଁ ଭୂମି ଅଧିଗ୍ରହଣ ନିମନ୍ତେ ୧୯୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଗଡ଼କରୀ ଜଣାଇଛନ୍ତି। ଏ ସଂକ୍ରାନ୍ତରେ କିଛି ଦିନ ତଳେ ଗଡ଼କରୀଙ୍କୁ ଧର୍ମେନ୍ଦ୍ର ଚିଠି‌ ଲେଖି ଅନୁରୋଧ କରିଥିଲେ। ପ୍ରକଳ୍ପକୁ ମଞ୍ଜୁରି ମିଳିଥିବାରୁ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗଡ଼କରୀଙ୍କୁ ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଛନ୍ତି।

ଧର୍ମେନ୍ଦ୍ରଙ୍କ ପାହ୍ୟା ଜାଣନ୍ତିନି ନୀତିନ!

ଭୁବନେଶ୍ବର : ବଲାଙ୍ଗୀରବାସୀଙ୍କ ପାଇଁ ଭଲ ଖବର। ବହୁବର୍ଷର ଦାବି ପୂରଣ ହେବ। ବାଇପାସ ପାଇଁ କେନ୍ଦ୍ର ୧୯୦ କୋଟି ମଂଜୁର କରିଛି। ରାତି ୧୦ଟା ଯାଏ ସହର ଭିତର ଭାରିଯାନ ପ୍ରବେଶ ନିଷେଧ ଥିଲା। ବାଇପାସ ନିର୍ମାଣ ଘୋଷଣା ସଡ଼କ ପରିବହନ କମ୍ପାନିମାନଙ୍କୁ ବେଶ ଆଶ୍ବସ୍ତ କରୁଥିବ ନିଶ୍ଚୟ। ବିଜେପି ମଧ୍ୟ ଏହି ନିଷ୍ପତ୍ତିରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ଭରପୂର ଉଦ୍ୟମ କରିଥିବା ସ୍ପଷ୍ଟ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିକୁ ଭିତ୍ତିକରି କେନ୍ଦ୍ର ସଡ଼କ ପରିବହନ ଓ ହାଇୱେ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି। ଏହି କଥା ଖୋଦ ବିଭାଗୀୟ ମନ୍ତ୍ରୀ ନୀତିନ ଗଡ଼କରୀ ଧର୍ମେନ୍ଦ୍ରଙ୍କୁ ୬ ତାରିଖ ମଙ୍ଗଳବାର ଚିଠି ଲେଖି ଜଣାଇଛନ୍ତି। ଚିଠିକୁ ସାର୍ବଜନୀନ ମଧ୍ୟ କରାଯାଇଛି। ତେବେ ସେଥିରେ ଏମିତି ଏକ ଭୁଲ ଅଛି ଯାହାକୁ ପଢ଼ି ଧର୍ମେନ୍ଦ୍ରଙ୍କ ସମର୍ଥକମାନେ ମନ ଊଣା କରିବା ସ୍ବାଭାବିକ। ପ୍ରାପକଙ୍କ ଠିକଣାରେ ଧର୍ମେନ୍ଦ୍ରଙ୍କୁ ପେଟ୍ରେଲିୟମ ଓ ପ୍ରାକୃତିକ ଗ୍ୟାସ, କୋୖଶଳ ବିକାଶ ଓ ଉଦ୍ୟମିତା ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ବୋଲି (ଭୁଲଭାବେ) ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ମୋଦୀ ମନ୍ତ୍ରିମଣ୍ଡଳରେ ପ୍ରଥମରୁ ଧର୍ମେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଭାବେ ନିଯୁକ୍ତି ପାଇଥିବା ବେଳେ ପରବର୍ତ୍ତୀ ସମୟରେ ସଂପ୍ରସାରଣ/ଅଦଳବଦଳ ବେଳେ ତାଙ୍କୁ କ୍ୟାବିନେଟ ପାହ୍ୟାକୁ ଉନ୍ନୀତ କରାଯାଇଥିଲା ଓ ତାଙ୍କୁ ନିଜ ମୂଳ ବିଭାଗ ସହ କୋୖଶଳ ବିକାଶ ଓ ଉଦ୍ୟମିତା ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ତେବେ ସମାନ ସରକାରର ଜଣେ କ୍ୟାବିନେଟ ମନ୍ତ୍ରୀ ଅନ୍ୟ ଜଣେ ସହଯୋଗୀ କ୍ୟାବିନେଟ ମନ୍ତ୍ରୀଙ୍କୁ ରାଷ୍ଟ୍ରମନ୍ତ୍ରୀ ବୋଲି ସମ୍ବୋଧନ କରିବା କୋୖତୂହଳ ସୃଷ୍ଟି କରିଛି। ହେଲେ ଏହା ଅନିଚ୍ଛାକୃତ ନା ଜାଣିଶୁଣି କରାଯାଇଛି ସେ ନେଇ ଚର୍ଚ୍ଚା ଜାରିରହିଛି।

ସମ୍ବନ୍ଧିତ ଖବର