ଅକ୍ଟୋବର ୫ରେ ସବୁ ପଞ୍ଚାୟତରେ ହେବ ଦିବ୍ୟାଙ୍ଗ ଭୋଟରଙ୍କ ପଞ୍ଜୀକରଣ ଶିବିର

ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୫ ତାରିଖରେ ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତରେ ଦିବ୍ୟାଙ୍ଗ ଭୋଟରଙ୍କ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହେବ। ଏ ନେଇ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ଅଧ୍ୟକ୍ଷ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

ଆଜି ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ବୈଠକରେ ଅଧ୍ୟକ୍ଷତା କରି ସିଇଓ ଶ୍ରୀ କୁମାର କହିଲେ ଯେ ଦିବ୍ୟାଙ୍ଗ ଭୋଟରଙ୍କ ପଞ୍ଜୀକରଣ ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ। ପଞ୍ଜୀକରଣ ପ୍ରକ୍ରିୟାରୁ ଯେପରି ଜଣେ ହେଲେ ବି ଦିବ୍ୟାଙ୍ଗ ଭୋଟର ବାଦ୍‌ ନ ପଡ଼ନ୍ତି ତା’ ଉପରେ ଗୁରୁତ୍ୱ ଦିଆଯିବ। ଜିଲ୍ଲାସ୍ତରରେ ଷ୍ଟିୟରିଂ କମିଟି ଗଠନ କରିବା ସହିତ ଦିବ୍ୟାଙ୍ଗ ଭୋଟରଙ୍କୁ ଚିହ୍ନଟ କରି ଭୋଟର ତାଲିକାରେ ସେମାନଙ୍କ ନାମ ପଞ୍ଜୀକୃତ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଥିଲେ। ସେହିପରି ପ୍ରତି ବୁଥ୍‌ରେ ଦିବ୍ୟାଙ୍ଗ ଭୋଟରଙ୍କ ସୁଗମ ଭୋଟଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଯଥା: ର‍୍ୟାମ୍ପ, ଗାଡି ପାର୍କିଂ, ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର