ମାଓପ୍ରବଣ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଦୁର୍ଗମ ଖଇରପୁଟ ବ୍ଲକର ନକ୍ସଲ ପ୍ରବଣ ବଡ଼ଡ଼ୁରାଲ ପଞ୍ଚାୟତ ଅନ୍ତର୍ଗତ ଗାଦୁଆପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ପିଲାଙ୍କୁ ନଦୀପାଣିରେ ପଶି ଯିବାକୁ ପଡ଼ୁଛି। ସ୍କୁଲ୍‌ ଘର ବି ଭାଙ୍ଗିରୁଜି ଯାଇଥିବାରୁ ବର୍ଷା ଭିଜା ବାରଣ୍ଡ‌ାରେ ବସି ମଧ୍ୟାହ୍ନଭୋଜନ ଖାଇବାକୁ ପଡ଼ୁଛି।

୬ ଶିକ୍ଷକଙ୍କ ଦରମା ବନ୍ଦ

ନୂଆପଡ଼ା, : ନୂଆପଡ଼ା ଜିଲ୍ଲାର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଏଭଳି ଅଭିଯୋଗ ମିଳିବା ପରେ ପ୍ରକୃତରେ ଏହି ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା କେମିତି ଚାଲିଛି, ଏହାକୁ ଅନୁଧ୍ୟାନ କରିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗର ଏକ ଟିମ୍ ସୁନାବେଡ଼ା ଅଭୟାରଣ୍ୟ ଅନ୍ତର୍ଗତ ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ। ପରିଦର୍ଶନ ବେଳେ ସ୍କୁଲରେ ଅନୁପସ୍ଥିତ ଥିବାରୁ ଗୋଟିଏ ସ୍କୁଲର ୬ ଶିକ୍ଷକଙ୍କ ମାସକର ଦରମା ବନ୍ଦ କରିଥିବା ବେଳେ ଅନ୍ୟ ଏକ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଛି।

୭ ଦିନ ମଧ୍ୟରେ ଏହାର ଉତ୍ତର ନଦେଲେ ପ୍ରଧାନ ଶିକ୍ଷକଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଇଓ ଲକ୍ଷ୍ମଣ ଭୋଇଙ୍କ ଠାରୁ ପ୍ରକାଶ।

ସମ୍ବନ୍ଧିତ ଖବର