ଟ୍ରକ୍‌ ଧକ୍କାରେ ବାପ-ପୁଅ ମୃତ

ରାଉରକେଲା : ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା‌ରେ ୧୪୩ନଂ ଜାତୀୟ ରାଜପଥ (ଏନ୍‌ଏଚ୍‌) ବାଲୁଘାଟ ଛକରେ ଟ୍ରକ ଧକ୍କାରେ ବାପ-ପୁଅଙ୍କର ମୃତ୍ୟୁ ହୋଇଥିଲା। ଟ୍ରକ ପାର୍କିଂ କରି ବାପ-ପୁଅ ଦୁହେଁ ରାସ୍ତା ପାର୍ଶ୍ବରେ କଥା ହେଉଥିଲେ। ହଠାତ୍‌ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଦୁହିଁଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକମାନେ ହେଲେ ବାଲୁଘାଟ ବସ୍ତିର ମୁନ୍ନା ସେଠୀ ୫୮) ଓ ତାଙ୍କ ପୁଅ ଶମ୍ଭୁ ସେଠୀ (୩୬)। ଦୁର୍ଘଟଣା ପରେ ଟ୍ରକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ରଘୁନାଥପାଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାପ-ପୁଅଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ହସ୍ପିଟାଲ ମର୍ଗ ହାଉସରେ ରଖିଥିଲା। ସ୍ଥାନୀୟ ଲୋ‌େକ ପିଛା କରି ରାଜଗାଙ୍ଗପୁର ଓସିଏଲ୍‌ ନିକଟରେ ଟ୍ରକଟିକୁ ଅଟକାଇଥିଲେ। ପରେ ଡ୍ରାଇଭର ଓ ଟ୍ରକକୁ ବ୍ରାହ୍ମଣୀତରଙ୍ଗ ଥାନାକୁ ଜିମା ଦେଇଥିଲେ। ପୁଲିସ ଟ୍ରକକୁ ଜବତ କରିବା ସହ ଡ୍ର୍ରାଇଭରକୁ ଥାନାରେ ଅଟକ ରଖିଛି।

ସମ୍ବନ୍ଧିତ ଖବର