ବି ଜେ ପିରେ ଯୋଗ ଦେଲେ ଅଭିନେତ୍ରୀ ମହାଶ୍ୱେତା

0 388

ଭୁବନେଶ୍ୱର: ଓଲିଉଡ଼ର ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ ଆଜି (ସୋମବାର) ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଆଜି ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ଉପସଭାପତି ସମୀର ମହାନ୍ତି, ଅଭିନେତ୍ରୀ ଅନୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ମହାଶ୍ୱେତାଙ୍କ ଯୋଗଦାନ ଦ୍ୱାରା ରାଜ୍ୟରେ ଭାରତୀୟ ଜନତା ପାର୍ଟି ଅଧିକ ଶକ୍ତଶାଳୀ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ମହାଶ୍ୱେତାଙ୍କ ଯୋଗଦାନ ନେଇ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ରବିବାର ଏହି ସୂଚନା ଦେଇଥିଲେ। ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତା ରାୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ୧୯୭୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ‘ଶେଷ ଶ୍ରାବଣ’ରୁ ନାୟିକା ଭାବେ ମହାଶ୍ୱେତା ଓଲିଉଡ଼ରେ ବେଶ୍‌ ଚର୍ଚ୍ଚିତ ହୋଇଥିଲେ। ଏହା ପରେ ସେ ୪୨ ବର୍ଷ ଧରି ଓଲିଉଡ଼ରେ ସକ୍ରିୟ ଅଛନ୍ତି। ତାଙ୍କୁ ଓଡ଼ିଶା ରାଜ୍ୟ ସରକାର ଚଳଚ୍ଚିତ୍ର ପାଇଁ ପ୍ରଦତ୍ତ ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ରେ ମଧ୍ୟ ସମ୍ମାନୀତ କରିଥିଲେ। ତାଙ୍କର ଅଭିନୀତ ଅନ୍ୟ କେତୋଟି ଉଲ୍ଲେଖନୀୟ ସିନେମା ହେଲା – ମା ଓ ମମତା, ଗୌରୀ, ପୂଜା, ହିସାବ ନିକାଶ, ସ୍ୱପ୍ନ ସାଗର, ଜଗାବଳିଆ, ଗୃହଲକ୍ଷ୍ମୀ, କାବେରୀ, ବୋଉ, ଦେଲେ ଧରା କଥା ସରେ ଇତ୍ୟାଦି।
ନିକଟରେ ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀ ବିଜେପିରେ ଯୋଗ ଦେଇଥିଲେ। ତା’ ପୂର୍ବରୁ ହରିହର ମହାପାତ୍ର, ଶ୍ରୀତମ ଦାସ, ପିଙ୍କି ପ୍ରଧାନ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.