ମାଲକାନଗିରି/ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲାର ନକ୍ସଲ ପ୍ରବଣ ଚିତ୍ରକୋଣ୍ଡା ବ୍ଲକର ପାପଲୁର ଠାରେ ଗତକାଲି ସ୍ୱାଧୀନତା ଦିବସ ଅବସରରେ ଦୁଇଟି ପରସ୍ପର ବିରୋଧୀ ଘଟଣା ଦେଖିବାକୁ ମିଳିଥିଲା। ନକ୍ସଲଙ୍କ ଏହି ଗଡ଼ରେ ଗତକାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ନେତୃତ୍ୱରେ ପାପଲରୁ ସେବାଶ୍ରମରେ ପ୍ରଥମ ଥର ପାଇଁ ପୁଲିସ ଉପସ୍ଥିତିରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ସ୍କୁଲର ପ୍ରାୟ ୨୫୦ ଜଣ ପିଲା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ନକ୍ସଲ ଚ୍ୟାଲେଞ୍ଜ ଦେଇ ପାପୁଲର ଠାରେ ହିଁ ସ୍ୱାଧୀନତା ଦିବସକୁ କଳା ଦିବସ ରୂପେ ପାଳନ କରିଛନ୍ତି। ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ନକ୍ସଲ କଳା ପତାକା ଉଡାଇଛନ୍ତି। ସେହିପରି ଏଠାରୁ ମାତ୍ର କିଛି ଦୂରରେ ରହିଥିବା ନୂଆଗୁଡା ଛକରେ ନକ୍ସଲ କଳା ବ୍ୟାନର ମାରି ଆଗଷ୍ଟ ୧୫କୁ ବିରୋଧ କରିବା ସହ ମିଥ୍ୟା ସ୍ୱାଧୀନତା ଦିବସ ପାଳନ ବନ୍ଦ କରିବା ପାଇଁ କହିଛନ୍ତି।