ମୋଦୀଙ୍କ ତ୍ରିପୁରା ଫର୍ମୁଲାକୁ ନେଇ ଚର୍ଚ୍ଚା

ଭୁବନେଶ୍ବର : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ପାଇଁ ଆହୁରି ୧୦ ଦିନ ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାନୁମାନ କରିଛନ୍ତି ଯେ, ବିଜେପି ଓଡ଼ିଶାରେ ତ୍ରିପୁରା ଭଳି ଚମକାଇ ଦେଲା ଭଳି ପ୍ରଦର୍ଶନ କରିବେ।

ଗତ ୨୦୧୮ ଫେବ୍ରୁଆରି ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ସଫଳତା ନିଶ୍ଚୟ ଏକ ଚମତ୍କାରିତା ଥିଲା। ଖୋଦ୍‌ ମୋଦୀଙ୍କ ଭାଷାରେ ତିନିିଦଶକ ଧରି ବାମପନ୍ଥୀ ଶାସିତ ଏହି ଉତ୍ତର-ପୂର୍ବ ରାଜ୍ୟରେ ବିଜେପି ‘ନୋ ଵାନ୍‌’ରୁ ‘ନମ୍ବର ଵାନ୍‌’ ହେବା ଏକ ଯାଦୁ। ୨୦୧୩ ନିର୍ବାଚନରେ ଗୋଟିଏ ବି ଆସନ ପାଇ ନଥିବା ବିଜେପି ୩୬ ଓ ସହଯୋଗୀ ଆଇପି ଏଫ୍‌ଟି (ଇଣ୍ତିଜେନସ୍‌ ପିପୁଲ୍ସ ଫ୍ରଣ୍ଟ ଅଫ୍‌ ତ୍ରିପୁରା ପାଇଁ ଷାଠିଏ ଜଣିଆ ବିଧାନସଭାର ନିର୍ବାଚନ ହୋଇଥିବା ୫୯ ଆସନ) ୮ ମେଣ୍ଟ ୪୪ ଆସନ ଦଖଲ କରିଥିଲା। ତେବେ ବିଜେପି ଓଡ଼ିଶାରେ ଏହାକୁ ଦୋହରାଇବା ବୋଲି ମୋଦୀଙ୍କ ଗଣନା ଅତିମାତ୍ରାରେ ଉଚ୍ଚାକା˚କ୍ଷୀ। ଏ ଗଣନା ବାସ୍ତବବାଦୀ କମ୍‌, କଳ୍ପନାବିଳାସ ଅଧିକ େବାଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି।

ଏହି ମହଲର କହିବା କଥା େହଉଛି, କେବଳ ଭୌଗୋଳିକ ଦୃଷ୍ଟିରୁ ବା˚ଲାଦେଶ ସୀମାକୁ ଲାଗି ପୂର୍ବରେ ସୀମାନ୍ତ ରାଜ୍ୟ ତ୍ରିପୁରା ଓ ଉପକୂଳ ଓଡ଼ିଶା ମଧୢରେ ବିଶାଳ ଦୂରତ୍ବ କିମ୍ବା ସାମାଜିକ- ସ˚ସ୍କୃତି ଦୃଷ୍ଟିରୁ ଦୁଇ ରାଜ୍ୟର ଲୋକଙ୍କ ମଧୢରେ ଦୂରତ୍ବ କାରଣରୁ ନୁହେଁ, ସରଳ ଭୋଟ ଗଣିତ ମଧୢ ମୋଦୀଙ୍କ ଗଣନାକୁ ବିଶ୍ବସନୀୟତା ଦେଉ ନାହିଁ। ଭୋଟଗଣିତ ଦୃଷ୍ଟିରୁ ତ୍ରିପୁରା ଓ ଓଡ଼ିଶାର ସଂଖ୍ୟା ମଧ୍ୟରେ ତାରତମ୍ୟ ସ୍ବତଃ ଓଡ଼ିଶାରେ ତ୍ରିପୁରାର ଫଳାଫଳ ଗଣିତକୁ ଅବାସ୍ତବ କରିଦେଉଛି। ତ୍ରିପୁରାରେ ବିଧାନସଭା ଆସନ ସଂଖ୍ୟା ୬୦। ଓଡ଼ିଶାରେ ବିଧାନସଭା ଆସନ ସଂଖ୍ୟା ୧୪୭। ତ୍ରିପୁରାରେ ୨ ଟି ଲୋକସଭା ଆସନ ଥିବା ବେଳେ ଓଡ଼ିଶାରେ ଲୋକସଭା ଆସନ ସଂଖ୍ୟା ୨୧। ସବୁଠାରୁ ‌ଉ‌େଲ୍ଲଖନୀୟ ତାରତମ୍ୟ ରହିଛି ଭୋଟରଙ୍କ ସଂଖ୍ୟାରେ। ପୂର୍ବୋତର ରାଜ୍ୟ ତ୍ରିପୁରାରେ ମୋଟ ମତଦାତାଙ୍କ ସଂଖ୍ୟା ୨୫ ଲକ୍ଷ। ଓଡ଼ିଶାରେ ଭୋଟର ସଂଖ୍ୟା ଏହାର ୧୨ଗୁଣରୁ ଅଧିକ- ୩ କୋଟି ୧୮ ଲକ୍ଷ। ୨୦୧୮ ଫେବ୍ରୁଆରି ତ୍ରିପୁରା ବିଧାନସଭା ନିର୍ବାଚନରେ ମତଦାନ ହାର ଥିଲା ୯୨%। ୨୦୧୪ରେ ଓଡ଼ିଶାରେ ମତଦାନ ହାର ଥିଲା ୭୩.୭୮%।

୨୦୧୮ ଫେବ୍ରୁଆରି ତ୍ରିପୁରା ବିଧାନସଭା ନିର୍ବାଚନ ଫଳାଫଳର ଗାଣେତିକ ବିଶ୍ଳେଷଣ ମଧ୍ୟ ବିଜେପିର ତ୍ରିପୁରା ଯାଦୁର ଚମକକୁ ଯଥେଷ୍ଟ ଫିକା ପକାଇ ଦେଉଛି। ବିଜୟୀ ବିଜେପି ପ୍ରତିଦ୍ବନ୍ଦ୍ବୀ ସିପିଏମ୍‌ଠାରୁ ବିଧାନସଭାରେ ୨୦ଟି ଆସନ ଅଧିକ ପାଇଥିଲା। ଅଥଚ ଭୋଟ ଶତାଂଶ ଦୃଷ୍ଟିରୁ ସିପିଏମ୍‌ଠାରୁ ବିଜେପି ଖାତାରେ ମାତ୍ର ୦.୩% ଅଧିକ ଭୋଟ ପଡ଼ିଥିଲା। ଏହି ୦.୩%କୁ ଭୋଟ ସଂଖ୍ୟାରେ ରୂପାନ୍ତରିତ କଲେ ଏହାର ମାତ୍ର ୭ ହଜାର ଭୋଟ ଅଧିକ। ବିଜେପି ୯ ଲକ୍ଷ ୯୯ ହଜାର ୦୯୩ ଭୋଟ ସହ ୪୩% ମତଦାତାଙ୍କ ସମର୍ଥନ ପାଇଥିଲା। ଅନ୍ୟପକ୍ଷରେ ସିପିଏମ୍‌ ନେତୃତ୍ବାଧୀନ ବାମପନ୍ଥୀ ୯ ଲକ୍ଷ ୯୨ ହଜାର ୫୭୫ ଭୋଟ ସହ ୪୨.୭% ମତଦାତାଙ୍କ ସମର୍ଥନ ପାଇଥିଲା। ପୂର୍ବ ୨୦୧୩ ନିର୍ବାଚନ ତୁଳନାରେ ଏହା ୫.୫୧% କମ୍‌। ବିଜେପିର ବିଜୟରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ଇଣ୍ଡିଜେନସ୍‌ ପିପୁଲ୍‌ସ ଫ୍ରଣ୍ଟ ଅଫ୍‌ ତ୍ରିପୁରା (ଆଇପିଏଫ୍‌ଟି) ୮ଟି ଆସନ ସହ ଆଇପିଏଫ୍‌ଟି ୭.୫% ଭୋଟ ପାଇଥିଲା। କଂଗ୍ରେସର ଭୋଟ ୫ ବର୍ଷ‌ରେ ୩୬% ରୁ ୧.୮%କୁ କମି ଆସିବା ବିଜେପି ପାଇଁ ସହାୟକ ହୋଇଥିଲା।

ଏ ଗଣିତ ପରିପ୍ରେକ୍ଷୀରେ ମୋଦୀଙ୍କ ‘ତ୍ରିପୁରା ଫର୍ମୁଲା’ର ଓଡ଼ିଶାରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆତ୍ମବିଶ୍ବାସ ଆଦୌ ଅହେତୁକ ମନେ ହେଉନାହିଁ।

ତେ‌େବ ଜଣେ ରାଜନୈତିକ ବିଶେଷଜ୍ଞ କହିଛନ୍ତି ଯେ ତ୍ରିପୁରାକୁ ଓଡ଼ିଶା ସହ ତୁଳନା କରାଯାଇପାରିବ ନାହିଁ। ତ୍ରିପୁରାରେ‌ ୨୫ ବର୍ଷ ଧରି ବାମ ସାମ୍ମୁଖ୍ୟ ଶାସନ ଚଳାଇଥିଲା। କିନ୍ତୁ ଓଡ଼ିଶାରେ ୧୯ ବର୍ଷର ନବୀନଙ୍କ ଶାସନ ମଧ୍ୟରେ ୯ ବର୍ଷ ଧରି ବିଜେପି ଅଂଶୀଦାର ଥିଲା। ଏହାଛଡ଼ା ଗୋଟିଏ ସମୟ ଓ ପରିସ୍ଥିତିରେ ଯେଉଁ ଫମୁର୍ଲା କାମ ଦିଏ ସେହି ଫମୁର୍ଲା ଅଲଗା ସମୟ ଓ ପରିସ୍ଥିତିରେ କାମ ଦେଇନପାରେ।

ସମ୍ବନ୍ଧିତ ଖବର