ଅର୍ଥମନ୍ତ୍ରୀଙ୍କୁ ସାକ୍ଷାତ କଲେ ନରେଶ ପେନୁମାକା

ଭୁବନେଶ୍ବର : କେନ୍ଦ୍ରୀୟ ଦ୍ରବ୍ୟ ଓ ସେବାକର ଏବଂ କେନ୍ଦ୍ର ଏକ୍ସାଇଜ ଓ କଷ୍ଟମସର ଭୁବନେଶ୍ବର ଜୋନର ନବନିଯୁକ୍ତ ଚିଫ୍ କମିସନର ନରେଶ ପେନୁମାକା ଆଜି ସଚିବାଳୟରେ ଅର୍ଥ, ଅବକାରୀ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଜ୍ୟରେ ଜିଏସଟିର କାର୍ଯ୍ୟାନ୍ବୟନ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ସହ ଶ୍ରୀ ପେନୁମାକା ଆଲୋଚନା କରିଥିଲେ । ରାଜ୍ୟରେ ଜିଏସଟି ଆଦାୟ ହାରକୁ ବୃଦ୍ଧି କରିବା ସହିତ ଜିଏସଟି ରିଟର୍ଣ୍ଣ ଫାଇଲରେ ଉନ୍ନତି ଆଣିବା ଦିଗରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ଜିଏସଟି ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆଲୋଚନା ବେଳେ କେନ୍ଦ୍ର ଜିଏସଟିର ଅତିରିକ୍ତ କମିସନର ସନ୍ତୋଷ ମହାନ୍ତି, ରାଜ୍ୟ ଜିଏସଟି ସେଲର ଅତିରିକ୍ତ କମିସନର ସହଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର