ଠିକାଦାରଙ୍କୁ ହତ୍ୟା, ଗାଡ଼ି ପୋଡ଼ିଲେ

ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀ ପୁଣି ଲଙ୍କକାଣ୍ଡ ଘଟାଇଛନ୍ତି। ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ଠିକା କ୍ୟାମ୍ପରେ ପହଞ୍ଚି ବିଜାପୁର ଜିଲ୍ଲାର ତୁମନାର-କୋଇଟପାଲ ମଧ୍ୟରେ ଚାଲିଥିବା ନିର୍ମାଣ କାମରେ ନିୟୋଜିତ ସମସ୍ତ ଶ୍ରମିକଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ। ଏହାପରେ ରାସ୍ତା କାମରେ ବ୍ୟବହାର ହେଉଥିବା ସମସ୍ତ ଗାଡିକୁ ନିଆଁ ଲଗାଇ ପୋଡି ଦେଇଥିଲେ। ପରେ ଠିକାଦାର ବିଶାଲ କୁମାରଙ୍କୁ ଜଂଗଲ ମଧ୍ୟକୁ ନେଇଯାଇଥିଲେ। ଆଜି ସକାଳୁ ତାଙ୍କ ମୃତ ଦେହ ରାସ୍ତା ଉପରେ ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

ସମ୍ବନ୍ଧିତ ଖବର